ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ-୨୦୨୧ର ୩୩ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ହାଇଦ୍ରାବାଦ ଅଧିନାୟକ କେନ ଓ୍ବିଲିୟମସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ହାଇଦ୍ରାବାଦ ଖେଳାଳୀ ଟି.ନଟରାଜନ କରୋନା ସଂକ୍ରମିତ ହେବା ପରେ ଏହି ମ୍ୟାଚ ଅନୁଷ୍ଠିତ ହେବା ନେଇ ଆଶଙ୍କା ରହିଥିଲା । ମାତ୍ର ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ଏହି ମ୍ୟାଚ ଜାରି ରଖିବାକୁ ଆଇପିଏଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ।
ଚଳିତ ଆଇପିଏଲରେ ଦିଲ୍ଲୀ ଉଲ୍ଲେଖନୀୟ ପ୍ରଦର୍ଶନ କରି ୮ଟି ମ୍ୟାଚରୁ ୬ ବିଜୟ ସହ ୧୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ମାତ୍ର ହାଇଦ୍ରାବାଦର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୭ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ମାତ୍ର ୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/ilp1.jpg)