ନୂଆଦିଲ୍ଲୀ: ଗୁରୁବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହେବାକୁ ଥିବା ଆଇପିଏଲ୍ ମ୍ୟାଚ୍ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ନିଜର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲିଙ୍କ ସହ ହାଇଦ୍ରାବାଦ୍ରେ ପହଞ୍ଚିଥିଲା।
କୋହଲିଙ୍କ ସମେତ ଆରସିବି ଟିମ୍ ସଦସ୍ୟମାନେ ସୋମବାର ରାତିରେ ହାଇଦ୍ରାବାଦରେ ପହଞ୍ଚି ମହମ୍ମଦ ସିରାଜଙ୍କ ନୂଆ ଘରକୁ ଯାଇଥିଲେ। ସେମାନଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
Virat Kohli And RCB team visited Siraj New House Opening In Film Nagar Jubilee Hills , HYD ❤️🔥❤️❤️#ViratKohli#Siraj#RCB#RoyalChallengersBangalore#RCBvsSRH@mufaddal_vohra@CricCrazyJohns@imVkohlipic.twitter.com/8DOzAR56c6
— Tarak Anna || Anil 🖤 (@AnilTarakianNTR) May 15, 2023
ତେବେ ସେମାନେ ସିରାଜଙ୍କ ଘରେ ହାଇଦ୍ରାବାଦ୍ ବିରିୟାନି ଖାଇଥିଲେ। ସେଠାରେ ବିରିୟାନି ଖାଉଥିବା ବେଳର ଫଟୋ, ଭିଡିଓ ବି ଏବେ ଦେଖିବାକୁ ମିଳିଛି। ଆର୍ସିବି ଏକ ଟ୍ବିଟ୍ କରି ‘ହାଇଦ୍ରାବାଦୀ ବିରିୟାନି ଟାଇମ୍’ ବୋଲି ଲେଖିଛି। ଟିମ୍ର ସଦସ୍ୟମାନେ ସିରାଜଙ୍କ ସୁନ୍ଦର ଘର ଭିତରେ ସାଥି ହୋଇ ବସିଥିବାର ଫଟୋରେ ଦେଖିବାକୁ ମିଳିଛି।
ଆଇପିଏଲରେ ଆରସିବି ପାଇଁ ଖେଳୁଥିବା ସିରାଜ ହାଇଦ୍ରାବାଦ୍ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ। ଆପଣ ଜାଣିଥିବେ ନିଶ୍ଚୟ ଯେ ୨୦୨୩ରେ ଆର୍ସିବିରେ ସବୁଠାରୁ ଅଧିକ ୱିକେଟ୍ ନେଇଛନ୍ତି ସିରାଜ। ତେବେ ସିରାଜ ବିରାଟଙ୍କୁ ନିଜ ଘରେ ପାଇ ବେଶ୍ ଉତ୍ସାହିତ ଅଛନ୍ତି।
Hyderabadi Biryani time! 🥳
The boys took a pitstop at Miyan's beautiful new house last night! 🏡#PlayBold#ನಮ್ಮRCBpic.twitter.com/kEjtB1pQid
— Royal Challengers Bangalore (@RCBTweets) May 16, 2023