ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ହାଇଦ୍ରାବାଦ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରଖିଛି ।
ଆଜି ହାଇଦ୍ରାବାଦ ଦଳ ଟସ ଜିଣି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନର ଦୁଇ ଓପନର ରବିନ ଉଥପ୍ପା ଓ ବେନ ଷ୍ଟୋକ୍ସ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳ ଏକ ଭଲ ସ୍କୋର ଛିଡ଼ା କରିପାରିନଥିଲା । ଉଥାପ୍ପା ୧୯ରନ କରିଥିବାବେଳେ ଷ୍ଟୋକ୍ସ ୩୦ ରନ ଓ ସଞ୍ଜୁ ସାମସନ ୩୬ ରନ କରିଥିଲେ । ବଟଲର ୯ ରନ କରିଥିବାବେଳେ ଅଧିନାୟକ ସ୍ମିଥ ୧୯ ରନ କରି ଆଉଟ୍ ହୋଇଥିଲେ । ଜୋଫ୍ରା ଆର୍ଚର ୧୬ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୪ ରନ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/ipl1-1.jpg)