ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ

ଚେନ୍ନାଇ : ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଆଇପିଏଲ-୨୦୨୧ର ୬ଷ୍ଠ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଏହି ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି । ସେଥିରୁ ହାଇଦ୍ରାବାଦ ୧୦ଟି ଓ ବାଙ୍ଗାଲୋର ୭ଟିରେ ବିଜୟ ହାସଲ କରିଛି । ଫଳରେ ଆଇପିଏଲର ରେକର୍ଡ ହାଇଦ୍ରାବାଦ ସପକ୍ଷରେ ରହିଛି ।

ଆଜିର ମ୍ୟାଚରେ ହାଇଦ୍ରାବାଦ ଦଳରେ ଜାସନ ହୋଲଡର ଓ ସାହାବାଜ ନଦିମଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ସେମାନେ ନବି ଓ ସଂଦୀପ ଶର୍ମାଙ୍କ ସ୍ଥାନରେ ଖେଳୁଛନ୍ତି ।

ସେହିପରି ବାଙ୍ଗାଲୋର ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି । ରଜତ ପଟ୍ଟିଦାରଙ୍କ ବଦଳରେ ଦେବଦତ୍ତ ପଡିକ୍କଲଙ୍କୁ ସାମିଲ କରାଯାଇଛି । ଅଧିନାୟକ ବିରାଟ କୋହଲି ଓ ଦେବଦତ୍ତ ପଡିକ୍କଲ ବାଙ୍ଗାଲୋର ପାଇଁ ବ୍ୟାଟିଂ ଓପନ କରିବେ ।

ସମ୍ବନ୍ଧିତ ଖବର