ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି କିଙ୍ଗସ ଇଲେଭେନ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ ୨୦୨୦ର ୨୨ତମ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ହାଇଦ୍ରାବାଦ ର ଅଧିନାୟକ ଡେଭିଡ ଓ୍ଵାର୍ନର ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ଚଳିତ ଆଇପିଏଲରେ ପଞ୍ଜାବ ଦଳ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଏହି ଦଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି ଓ ମାତ୍ର ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶେଷରେ ରହିଛି । ଅନ୍ୟପକ୍ଷରେ ହାଇଦ୍ରାବାଦ ଦଳ ୫ ଟି ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରିଛି ଓ ୪ ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ରହିଛି ।

ପଞ୍ଜାବର ବ୍ୟାଟିଂ ବିଭାଗଟି ଭଲ ଥିବାବେଳେ ବୋଲିଂ ବିଭାଗଟି ଦୁର୍ବଳ ରହିଛି । ଅନ୍ୟପକ୍ଷରେ ହାଇଦ୍ରାବାଦର ବୋଲିଂ ଭଲ ଥିବାବେଳେ ବ୍ୟାଟିଂ ବିଭାଗ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି । କାରଣ ଦଳ ନିଜର ଦୁଇ ଓପନର ଡେଭିଡ ଓ୍ଵାର୍ନର ଓ ଜନି ବେୟାରଷ୍ଟୋଙ୍କ ଉପରେ ଅଧିକ ନିର୍ଭରଶୀଳ ରହୁଛି । ଦଳର ମଧ୍ୟକ୍ରମ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।

ସମ୍ବନ୍ଧିତ ଖବର