ଆଇପିଏଲ୍ : ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ସନରାଇଜର୍ସ ହାଇଦ୍ରାବାଦ,

ଦୁବାଇ : ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୧୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ, ସନରାଇଜର୍ସ ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ଏ ପର୍ଯ୍ୟନ୍ତ ଚେନ୍ନାଇ ଦଳ ନିଜର ସୁନାମ ଅନୁସାରେ ପ୍ରଦର୍ଶନ କରିପାରିନାହିଁ । ଦଳ ଏ ପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ।

ଅନ୍ୟପକ୍ଷରେ ହାଇଦ୍ରାବାଦ ଦଳ ମଧ୍ୟ ଏ ପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ତେଣୁ ଦୁଇ ଦଳ ଏହି ମ୍ୟାଚକୁ ନିଜ ଖାତାକୁ ନେବା ଲାଗି ଜୋରଦାର ଉଦ୍ୟମ କରିବେ। ତେ‌ବେ ଚେନ୍ନାଇର ଦୁଇ ଭଲ ବ୍ୟାଟସମ୍ୟାନ୍ ବ୍ରାଭୋ ଏବଂ ରାୟୁଡୁ ଅସୁସ୍ଥତା ପରେ ପଡ଼ିଆକୁ ଓହ୍ଲାଇଛନ୍ତି।

ସମ୍ବନ୍ଧିତ ଖବର