ଧଓ୍ଵନଙ୍କ ୫୦, କୋଲକତା ଆଗରେ ୧୭୩ ରନର ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ହାଇଦ୍ରାବାଦ : ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ କୋଲକତା ନାଇଟରାଇଡର୍ସ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଛି । ଉଭୟ ଦଳ ଚଳିତ ବର୍ଷର ଆଇପିଏଲରେ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ ଉପରେ ରହିଛନ୍ତି ଓ ପ୍ଲେ-ଅପ ଖେଳିବା ଏକ ପ୍ରକାରେ ନିଶ୍ଚିତ କରିଛନ୍ତି ।

ଆଜି ହାଇଦ୍ରାବାଦ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଶିଖର ଧଓ୍ଵନ ଓ ଶ୍ରୀବତ୍ସ ଗୋସ୍ୱାମୀ ଦଳକୁ ଏକ ଦୃଢ ଆରମ୍ଭ ଦେଇଥିଲେ । ଧଓ୍ଵନ ୩୯ ବଲରେ ୫୦ ରନ ଓ ଗୋସ୍ୱାମୀ ୨୬ ବଲରେ ୩୫ ରନ କରିଥିଲେ । ତାଙ୍କ ପରେ ଆସିଥିବା ବ୍ୟାଟ୍ସମ୍ୟାନ କେନ ଓ୍ଵିଲିୟମ୍ସ ଓ ମନିଷ ପାଣ୍ଡେ ଯଥାକ୍ରମେ ୩୬ ଓ ୨୫ ରନ କରିଥିଲେ । ତେବେ ପରବର୍ତ୍ତି ବ୍ୟାଟ୍ସମ୍ୟାନମାନେ ଉପଯୁକ୍ତ ଯୋଗଦାନ ଦେଇପାରିନଥିଲେ ମଧ୍ୟ ଦଳ ଏକ ଲଢୁଆ ସ୍କୋର ୧୭୨/୯ କରିପାରିଥିଲା । କୋଲକତା ପକ୍ଷରୁ ପ୍ରସୀଦ କ୍ରିଷ୍ଣା ୪ଟି ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର