ତିରୁଅନନ୍ତପୁରମ: ୱେଷ୍ଟଇଣ୍ଡିଜ୍ ଦଳର ନବୀନ ସଦସ୍ୟ ହେଡେନ୍ ୱାଲ୍ସଙ୍କୁ ନେଇ ଏବେ ଢ଼େର ଚର୍ଚା। ରବିବାର ରାତିରେ ଭାରତ ବିପକ୍ଷ ଦ୍ବିତୀୟ ଟି-୨୦ରେ ଦୁଇଟି ନିର୍ଣ୍ଣାୟକ ୱିକେଟ୍ ଦଖଲ କରିଥିବା ଏହି ୨୭ ବର୍ଷୀୟ ଲେଗ୍ ସ୍ପିନରଙ୍କ ସାଙ୍ଗିଆ ହିଁ ତାଙ୍କୁ ଚର୍ଚାକୁ ଆଣିଛି। ଅନେକ କ୍ରିକେଟପ୍ରେମୀ ତାଙ୍କୁ ବିଗତ ଦିନର ମହାନ ଦ୍ରୁତ ବୋଲର କର୍ଟନି ୱାଲ୍ସଙ୍କ କୌଣସି ସମ୍ପର୍କୀୟ ଭାବୁଥିଲେ। କେହି କେହି ମଧ୍ୟ ତାଙ୍କୁ ‘କର୍ଟନି ୱାଲ୍ସ’ ଡାକିବାକୁ ଭୁଲି ନାହାନ୍ତି। ହେଡେନ୍ କିନ୍ତୁ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ବ୍ୟାକୁଳ ଅଛନ୍ତି। ରବିବାର ମ୍ୟାଚ୍ ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସେ ମଧ୍ୟ ଏଭଳି ଭ୍ରାନ୍ତଧାରଣା ଉପରୁ ପରଦା ଉଠାଇଥିଲେ। ‘କାନାଡା ଟି-୨୦ ଲିଗ୍ ବେଳେ ମୋତେ କିଛି ପ୍ରଶଂସକ କର୍ଟନି ୱାଲ୍ସ ଡାକିଥିଲେ। ଲୋକମାନେଙ୍କୁ କହି ଦେଉଛି କର୍ଟନି ୱାଲ୍ସ ମୋ ପିତା ନୁହଁନ୍ତି। ଏଣିକି ମାରାତ୍ମକ ବାଉନ୍ସର ନୁହେଁ ଭ୍ରମ ଆଣୁଥିବା ଗୁଗ୍ଲି ହିଁ ଚର୍ଚାକୁ ଆସିବ’ ବୋଲି ହେଡେନ୍ ୱାଲ୍ସ କହିଥିଲେ। ଏବେ ମୁଁ କିଏ ଏବଂ ମୋ ପିତା କିଏ ବୋଲି କହି ପାରିବି ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ରବିବାର ରାତିରେ ଶିଭମ ଦୁବେ ଏବଂ ଶ୍ରେୟସ ଆୟରଙ୍କ ୱିକେଟ୍ ନେଇଥିଲେ ହେଡେନ୍। ନିଜର ଦଳର ଦୁଇ ବାହମାତୀ ଏଭିନ୍ ଲୁଇସ୍ ଏବଂ ନିକୋଲାସ ପୂରନଙ୍କୁ ବୋଲିଂ କରିବା ଅଭ୍ୟାସ ମୋତେ ଗୁଗ୍ଲି ଜରିଆରେ ଦୁବେଙ୍କ ଅଫଷ୍ଟମ୍ପ୍ ଉଡ଼ାଇବାରେ ସଫଳତା ଦେଇଥିଲା ବୋଲି ମଧ୍ୟ କହିଥିଲେ ହେଡେନ୍। ଅନ୍ତର୍ଜାତୀୟ କ୍ରିକେଟ୍କୁ ଆସିବା ଲାଗି ମୁଁ କଠିନ ପରିଶ୍ରମ କରିଛି ଏବଂ ଏଥି ପାଇଁ କାରବୀୟ ପ୍ରିମିୟର୍ ଲିଗ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଆଣ୍ଟିଗୁଆ ଜନ୍ମିତ ହେଡେନ୍ ରସିଦି ୱାଲ୍ସଙ୍କ ପିତା ହେଡେନ୍ ୱାଲ୍ସ ଏବଂ ଦାଦା ଭନ୍ ୱାଲ୍ସ କେବଳ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ।
ମୁଁ କର୍ଟନି ୱାଲ୍ସଙ୍କୁ ପୁଅ ନୁହେଁ: ହେଡେନ୍ ୱାଲ୍ସ
/sambad/media/post_attachments/wp-content/uploads/2019/12/56dg4jhdg4j5dg64j65dg4j65dg4j65djdggggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)