ନୂଆଦିଲ୍ଲୀ: ଭାରତର କ୍ରୀଡ଼ା କିମ୍ବଦନ୍ତୀ ପ୍ରକାଶ ପାଦୁକୋନ୍ ଏକ ଭାବବିହ୍ଵଳ ଉକ୍ତିରେ ଦେଶର ସମସ୍ତ ପୂର୍ବତନ ଏବଂ ବର୍ତମାନର ଖେଳାଳିଙ୍କୁ ଏକାଠି ହୋଇ କ୍ରୀଡ଼ାର ବିକାଶ ପାଇଁ କାମ କରିବାକୁ ଆହ୍ଵାନ ଦେଇଛନ୍ତି। ସୋମବାର ନୂଆଦିଲ୍ଲୀରେ ଭାରତୀୟ ବ୍ୟାଡ୍ମିଣ୍ଟନ୍ ସଂଘ (ବାଇ) ପକ୍ଷରୁ ପ୍ରଥମ ଜୀବନବ୍ୟାପୀ ସେବା ପୁରସ୍କାର ଗ୍ରହଣ ପରେ ଏଭଳି ମତ ରଖିଛନ୍ତି। ପ୍ରବଳ ଉତ୍ସାହ ଓ ଉଦ୍ଧିପନା ମଧ୍ୟରେ ସମ୍ପନ୍ନ ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପାଦୁକୋନ୍ କହିଥିଲେ ‘ବ୍ୟାଡ୍ମିଣ୍ଟନ୍ ତୁମକୁ କ’ଣ ଦେବ କୁହ ନାହିଁ, ବରଂ ତୁମେ ବ୍ୟାଡ୍ମିଣ୍ଟନକୁ କ’ଣ ଦେବ କୁହ’। ଆମ ସମୟରେ ମୁଁ ଅର୍ଥ କି ପୁରସ୍କାର ଓ ସ୍ୱୀକୃତି ପାଇଁ ଖେଳିନଥିଲି। କେବଳ ଏହି ଖେଳକୁ ଭଲ ପାଉଥିବାରୁ ଖେଳିଥିଲି। ଭାରତର ଉପ ରାଷ୍ଟ୍ରପତି ଭେଙ୍କୟା ନାଉଡୁଙ୍କଠାରୁ ଜୀବନବ୍ୟାପୀ ସେବା ପୁରସ୍କାର ଗ୍ରହଣ ବେଳେ ୬୩ ବର୍ଷୀୟ ପାଦୁକୋନ୍ ଭାବବିହ୍ଵଳ ହୋଇପଡ଼ିଥିଲେ। ଭାରତୀୟ କ୍ରୀଡ଼ାର ଅନ୍ୟତମ ଧ୍ୱଜାବାହୀ ପାଦୁକୋନ୍ ଅଶୀ ଦଶକରେ ବିଶ୍ୱର ଏକ ନମ୍ବର ଖେଳାଳି ପାଲଟିଥିଲେ। ୧୯୮୦ରେ ଡାନିସ୍ ଓପନ୍ ଜିତିବା ପରେ ତାଙ୍କ ଖେଳ ଜୀବନ ଶିଖର ଛୁଇଁଥିଲା। ଏଥି ସହିତ ସେ ସ୍ୱୀଡ଼ିଶ ଓପନ୍ ଏବଂ ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍ ଜିତିଥିଲେ। ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କୁ ସୋମବାର ‘ବଡ଼ ଖେଳର ମହାନ କିମ୍ବଦନ୍ତୀ’ ଅଭିହିତ କରିଥିଲେ। ଏହି ଅବସରରେ ୧୯୬୫ ଏସୀୟ ପ୍ରତିଯୋଗିତା ସ୍ୱର୍ଣ୍ଣ ବିଜୟୀ ଦୀନେଶ ଖାନ୍ନା, ୧୯୮୨ ଏସୀୟ କ୍ରୀଡ଼ା କାଂସ୍ୟ ବିଜେତା ପାର୍ଥୋ ଗାଙ୍ଗୁଲି ଏବଂ ପାଦୁକୋନ୍ଙ୍କ ସହ ୩ ଥର ଜାତୀୟ ଯୁଗଳ ଟ୍ରଫି ଜିତିଥିବା ଲେୟର ଡି’ସା, ଦାବିନ୍ଦର ଆହୂଜା, ଉଦୟ ପାଓ୍ଵାର, ମଧୁସ୍ମିତା ବିଷ୍ଟ୍, ବିକ୍ରମ ବିଷ୍ଟ୍ ପ୍ରମୁଖ ଉପସ୍ଥିତ ଥିଲେ।
ପଇସା କି ପୁରସ୍କାର ପାଇଁ ମୁଁଁ ଖେଳି ନଥିଲି: ପାଦୁକୋନ୍
/sambad/media/post_attachments/wp-content/uploads/2018/01/7-Prakash-Padukone.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)