‘ମୁଁ ସିଦ୍ଧୁ ନୁହେଁ, ସେଭଳି କହିପାରିବି ନାହିଁ’ ଆକାଶ‌ ଚୋପ୍ରା ଖୋଲିଲେ ଗୋପନ ପେଡ଼ି

ନୂଆଦିଲ୍ଲୀ: କ୍ରିକେଟ୍‌ରେ ହିନ୍ଦୀ ଭାଷ୍ୟକାରିତାରେ ବଡ଼ ପରିବର୍ତନ ଆଣିଥିବା ପୂର୍ବତନ ଖେଳାଳି ଆକାଶ ଚୋପ୍ରା ଦିନେ ଭାବିଥିଲେ ଭାରତୀୟ କ୍ରିକେଟ୍‌ର ପ୍ରମୁଖ ସ୍ବର ପାଲଟିବେ। ଏହି କାରଣରୁ ସେ ୨୦୧୫ ମସିହାରେ ଅବସର ନେଇଥିଲେ। ନିଜର ମଜାଳିଆ କଥା ଏବଂ ଉପମା ପାଇଁ କ୍ରିକେଟ୍ ଦୁନିଆରେ ବି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅର୍ଜନ କରି ନେଇଛନ୍ତି। ଏହା ପୂର୍ବରୁ ମୁଖ୍ୟତଃ କ୍ରିକେଟ୍‌ ଭାଷ୍ୟକାରିତା କେବଳ ଇଂରାଜୀରେ ହେଉଥିଲା। ଚୋପ୍ରାଙ୍କ ପାଇଁ ହିନ୍ଦୀ ଭାଷ୍ୟକାରିତାରେ ବଡ଼ ପରିବର୍ତନ ଆସିଥିଲା। ଭାରତ ପାଇଁ ୧୦ ଟେଷ୍ଟ୍‌ ଖେଳିଥିବା ଏହି ଦିଲ୍ଲୀ ବ୍ୟାଟ୍ସମ୍ୟାନ୍‌ଙ୍କୁ ମଧ୍ୟ ପ୍ରଶଂସକଙ୍କ ଢେର ସମର୍ଥନ ରହିଥିଲା। ଇଂରାଜୀ ପରିବର୍ତ୍ତେ କାହିଁକି ସେ ହିନ୍ଦୀକୁ ପସନ୍ଦ କରିଥିଲେ ବୋଲି ପ୍ରଶ୍ନ ହେବାରୁ ଚୋପ୍ରା କହିଥିଲେ, ପତ୍ନୀଙ୍କ ସମର୍ଥନରେ ମୁଁ ହିନ୍ଦୀ ଭାଷାକୁ ଗୁରୁତ୍ବ ଦେଇଥିଲି। ଏହି ଭାଷାରେ ଅଧିକ ଅଳଙ୍କାର ଭରିବାକୁ ସେ ଚାହିଁଥିଲେ। ‘ହିନ୍ଦୀ ମୋ ପ୍ରଥମ ପସନ୍ଦ ଭାଷା, ଏହା ମୋ ପାଇଁ ବି ସ୍ବତଃ ଥିଲା। ଷ୍ଟାର୍‌ ସ୍ପୋର୍ଟସ ଏହାକୁ ପୁନଃପ୍ରଚଳନ କରିବା ବେଳେ ମୋତେ ସ୍ବାଧୀନତା ମିଳିଥିଲା। ଆରମ୍ଭରୁ ଥିବାରୁ ଏଥିରେ ନୂତନତ୍ବ ଛାଡ଼ିବାରେ ଉଦାହରଣ ରଖିଥିଲି। ଇଂରାଜୀରେ ଉଦାହରଣମାନ ଆଗରୁ ଥାଏ, ବିଭିନ୍ନ ଶୈଳୀର କଥା ପୂର୍ବରୁ ନିର୍ଧାରିତ ଥାଏ। ଡାନି ମୋରିସନ୍‌ଙ୍କ ଭଳି ମିଛୁଆ ବି ଥିଲେ। ମୁଁ କିନ୍ତୁ ଡାନିଙ୍କ ଭଳି ନୁହେଁ। ମୋ ପାଖରେ ବି ଏତେ ଭାଷା କି ଶବ୍ଦ ନଥିଲା ଯେ ମୁଁ ଇଂରାଜୀରେ କହିଥାନ୍ତି। ଏହି କାରଣରୁ ମୁଁ ନିଜ ସାମର୍ଥ୍ୟରେ ବିଶ୍ବାସ କରି କାମ କରିଥିଲି। ଏପରିକି ହିନ୍ଦୀରେ ବି ମୋ ପାଖ‌ରେ ଏତେ ଶାୟରୀ ନ ଥିଲା। ନବଜୋତ୍ ସିଂହ ସିଦ୍ଧୁଙ୍କ ଭଳି ମୁଁ କହି ପାରିବି ନାହିଁ, ତେଣୁ ସେଭଳି କରିପାରିବି ନାହିଁ’ ବୋଲି ଚୋପ୍ରା ପ୍ରକାଶ କରିଥିଲେ। ମୁଁ କିନ୍ତୁ ମୋ ଶବ୍ଦରେ ଖେଳିବି, ଏହା ତାଳରେ ଥିବା ଅନ୍ତାକ୍ଷରୀ ହେଉ କି ଯୋଡ଼ା ଶବ୍ଦଭିତ୍ତିକ। ହିନ୍ଦୀରେ ମୁଁ ଏହାକୁ ପ୍ରୟୋଗ କରିପାରିବି, ଇଂରାଜୀ ସିଧାସଳଖ ଆବୃତ୍ତ ଥାଏ’ ବୋଲି ଚୋପ୍ରା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର