ଦିନିକିଆ ଶୃଙ୍ଖଳାର ସ୍କୋର୍ ଏବଂ ଅଷ୍ଟ୍ରେଲିଆର ପରାଜୟ ବ୍ୟବଧାନ ଦେଖିଲେ ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ। ମୋ ମନରେ ସବୁବେଳେ ଥାଏ ଭାରତ ଦୃଢ଼ ଦାବିଦାର। କାରଣ ଅଷ୍ଟ୍ରେଲିଆର ବୋଲିଂ ଦୁର୍ବଳ ଥିଲା। କିନ୍ତୁ ବ୍ୟାଟିଂରୁ କଙ୍ଗାରୁ ଦଳଠୁ ଅଧିକ କିଛି ଆଶା ରହିଥିଲା। ଆରୋନ୍ ଫିଞ୍ଚ୍ ଏବଂ ଡେଭିଡ୍ ଓ୍ଵାର୍ନରଙ୍କୁ ଛାଡ଼ିଦେଲେ କେହି ଏହାକୁ ଆଗକୁ ନେଇ ନ ଥିଲେ ଯାହାକି ଷ୍ଟିଭେନ୍ ସ୍ମିଥ୍ଙ୍କ ପାଇଁ ନିରାଶାଜନକ ଥିଲା।
ବ୍ୟକ୍ତିଗତ ଭାବେ ସ୍ମିଥ୍ ବଡ଼ ସ୍କୋର୍ କରି ନ ଥିଲେ। କିନ୍ତୁ ତାଙ୍କ ଅଧିନାୟକତ୍ୱ ଦୃଷ୍ଟିକୋଣ ସେତେଟା ସକିି୍ରୟ ନ ଥିଲା। ଫେବ୍ରୁଆରି-ମାର୍ଚ ମାସର ଟେଷ୍ଟ୍ ଶୃଙ୍ଖଳା ଭଳି ସ୍ମିଥ୍ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତରେ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରୁନଥିଲେ। ଭାରତ ଏହି ସବୁ ମୁହୂର୍ତକୁ ଚମତ୍କାର ଭାବେ କବ୍ଜା କରି ନେଇଥିଲା। ପରିସ୍ଥିତିକୁ ପଢ଼ିବାରେ ବିରାଟ କୋହଲିଙ୍କ ପରିପକ୍ୱତା ବଢ଼ିଛି। ତାଙ୍କ ଖେଳ ଜୀବନ ଯେତିକି ବଢ଼ୁଥିବ ତାଙ୍କ ନେତୃତ୍ୱରେ ଅଧିକ ସକରାତ୍ମକ ଓ ଆକ୍ରମଣାତ୍ମକ ଆଶା କରାଯାଇପାରିବ। ନାଗପୁରରେ ଭାରତର ଏକପାଖିଆ ବିଜୟ ମଧ୍ୟ ଦଳର ଦକ୍ଷତାକୁ ପ୍ରମାଣିତ କରିଥିଲା। ଶୃଙ୍ଖଳାରେ ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବଢ଼ିଆ ରହିଲା। ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେଙ୍କ ବ୍ୟାଟିଂ ହିଁ ଅଷ୍ଟ୍ରେଲିଆ ହାତରୁ ସିଧାସଳଖ ମ୍ୟାଚ୍ ଛଡ଼ାଇ ଆଣିଥିଲା। ରୋହିତ ଶର୍ମାଙ୍କୁ ଦେଖିବା ଦିନରୁ ମୁଁ ତାଙ୍କ ବଡ଼ ଅନୁଗାମୀ ପାଲଟିଯାଇଛି। ମୁମ୍ବାଇ ଇଣ୍ଡିଆନସ ଅଧିନାୟକତ୍ୱ ଅଭିଜ୍ଞତାରୁ ସେ ଅଧିକ ଦାୟିତ୍ୱବାନ ପାଲଟିଛନ୍ତି। ଧଳାବଲ ଖେଳରେ ସେ ସ୍ଥିରତା ବଜାୟ ରଖନ୍ତୁ ବୋଲି ମୋ ଆଶା।
ଆସୁଥିବା ଟେ୍ଵଣ୍ଟି-୨୦ ଶୃଙ୍ଖଳା କିନ୍ତୁ ଅଧିକ ସଂଘର୍ଷପୂର୍ଣ୍ଣ ହେବ। ଅଷ୍ଟ୍ରେଲିଆ ଦଳରେ ୫ ଜଣ ସତେଜ ଖେଳାଳି ଆସିବେ। ଏହା ଦଳରେ ଶକ୍ତି ଓ ସାମର୍ଥ୍ୟ ବଢ଼ାଇବ। ଗତବର୍ଷ ଘରୋଇ ପରିବେଶରେ ସେମାନେ ୦-୩ରେ ଲଭିଥିବା ପରାଜୟକୁ ମନେ ରଖିଥିବେ। ଏବେ ଟେ୍ଵଣ୍ଟି-୨୦ରେ ମଧ୍ୟ ଭାରତ ମୂଳପୋଛ ସଫଳତା ସହିତ ସବୁ ଶ୍ରେଣୀୟରେ ସଫଳ ଦଳ ହେବାକୁ ଚାହିଁବ। (ଗେମ୍ପ୍ଲାନ୍)
ପରାଜୟ ବ୍ୟବଧାନରେ ମୁଁ ଆଶ୍ଚର୍ଯ୍ୟ ନୁହେଁ
ଭିଭିଏସ୍ ଲକ୍ଷ୍ମଣ
/sambad/media/post_attachments/wp-content/uploads/2017/10/laxman-pti-m.jpg)