ନୂଆଦିଲ୍ଲୀ: ନିଜ ସ୍ବାସ୍ଥ୍ୟାବସ୍ଥା ନେଇ ପ୍ରଥମ କରି ପ୍ରତିକ୍ରିୟା ଦେଲେ ଭାରତୀୟ କ୍ରିକେଟର ଶ୍ରେୟସ ଆୟର। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଏହି ଘଟଣା ପରେ ଉପ-ଅଧିନାୟକ ଗୁରୁତର ଆଘାତ ପାଇ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ପ୍ରଥମେ ICUରେ ରଖାଯାଇଥିବା ବେଳେ ଏବେ ସେ ଆଇସିୟୁରୁ ବାହାରକୁ ଆସିଛନ୍ତି। ଚିକିତ୍ସା ଚାଲିଥିବା ବେ‌ଳେ ଶୀଘ୍ର ସୁସ୍ଥ ହେଉଥିବା କହିଛନ୍ତି ଶ୍ରେୟସ।

Advertisment

ମୋ ପାଇଁ ଏତେ ଚିନ୍ତା କରିଥିବାରୁ ଧନ୍ୟବାଦ: ଶ୍ରେୟସ 

ଇନଷ୍ଟା ଷ୍ଟୋରୀରେ ନିଜ ସ୍ବାସ୍ଥ୍ୟାବସ୍ଥା ନେଇ ପ୍ରତିକ୍ରିୟା ଦେଇ ଶ୍ରେୟସ ଜଣାଇଛନ୍ତି ଯେ, "ମୁଁ ବର୍ତ୍ତମାନ ସୁସ୍ଥ ହେବା ପ୍ରକ୍ରିୟାରେ ଅଛି ଏବଂ ପ୍ରତ୍ୟେକ ଦିନ ଅଧିକ ସୁସ୍ଥ ହେଉଛି। ପାଇଥିବା ସମସ୍ତ ପ୍ରକାରର ଶୁଭେଚ୍ଛା, ଭଲପାଇବା, ଆଶର୍ବାଦ ଏବଂ ସମର୍ଥନ ଦେଖି ମୁଁ ଗଭୀର କୃତଜ୍ଞ। ଏହା ପ୍ରକୃତରେ ବହୁତ ମୂଲ୍ୟବାନ। ମୋ ପାଇଁ ଏତେ ଚିନ୍ତା କରିଥିବାରୁ ଧନ୍ୟବାଦ।"

Shreyas Iyer

ଏହା ପୂର୍ବରୁ ଏକ ସାକ୍ଷାତକାରରେ ବିସିସିଆଇ ସଚିବ ଦେବଜିତ ସାଇକିଆ କହିଥିଲେ ଯେ, "ଶ୍ରେୟସ ଏବେ ବହୁତ, ବହୁତ, ବହୁତ ଭଲ ଅଛନ୍ତି। ଡାକ୍ତରଙ୍କ ଆଶାଠାରୁ ସେ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି। ମୁଁ ଡାକ୍ତର ରିଜୱାନ (ଖାନ, ଭାରତୀୟ ଦଳର ଡାକ୍ତର)ଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛି। ସାଧାରଣତଃ, ତାଙ୍କୁ (ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ) ୬ରୁ ୮ସପ୍ତାହ ସମୟ ଲାଗିବା କଥା। କିନ୍ତୁ ଲାଗୁଛି ସେ ବହୁତ ଶୀଘ୍ର ସୁସ୍ଥ ହୋଇପାରନ୍ତି। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉନ୍ନତିରେ ବହୁତ ସନ୍ତୁଷ୍ଟ। ସେ ତାଙ୍କର ସ୍ୱାଭାବିକ କାର୍ଯ୍ୟ (ନିତ୍ୟକର୍ମ) ଆରମ୍ଭ କରିଛନ୍ତି। ତାଙ୍କର ଆଘାତ ବହୁତ ଗୁରୁତର ଥିଲା। କିନ୍ତୁ ସେ ସୁସ୍ଥ ହୋଇଛନ୍ତି ଏବଂ ବିପଦମୁକ୍ତ ଅଛନ୍ତି।" 

ଆହୁରି ପଢ଼ନ୍ତୁ: Trump Cuts China Tariffs: ଜିନ୍‌ପିଙ୍ଗଙ୍କ ସହ ବୈଠକ ପରେ ଚୀନ ଉପରୁ ଶୁଳ୍କ ହ୍ରାସ କଲେ ଟ୍ରମ୍ପ

ଆହୁରି ପଢ଼ନ୍ତୁ: Chandrabhaga Light House: ବଜ୍ରପାତରେ ଚନ୍ଦ୍ରଭାଗା ଲାଇଟ୍ ହାଉସ ଲିଫ୍ଟ ଅଚଳ: ଫେରି ଯାଉଛନ୍ତି ପର୍ଯ୍ୟଟକ