ଆବୁ ଧାବି: ଆଇପିଏଲ୍ରେ ପ୍ରଭାବୀ ପ୍ରଦର୍ଶନ କରିବା ଭଳି ଭାରତୀୟ ଦଳ ପାଇଁ ସେତେଟା ଭଲ କରିନଥିବା ଅଭିଜ୍ଞ ଲେଗ୍ ସ୍ପିନର୍ ଅମିତ ମିଶ୍ରା ଦୀର୍ଘଦିନ ପରେ ନିଜ ମନର ଅବସୋସ ପ୍ରକାଶ କରିଛନ୍ତି। ‘ମୁଁ ଯାହା ପାଇବା କଥା ମୁଁ ପାଇନାହିଁ, ମୋତେ ମୋ ହକ୍ ମିଳିନାହିଁ। ତଥାପି ମୁଁ ମୋ ଏ ବିଷୟରେ ଚିନ୍ତା କରୁନାହିଁ। ମୁଁ ଜାଣିନାହିଁ ମୋତେ ଅଣଦେଖା କରାଯାଇଛି କି ନାହିଁ। ଆଗରୁ ମୁଁ ଏ ସମ୍ପର୍କରେ ଅଧିକ ଚିନ୍ତା କରୁଥିଲି। ମନରେ ବିଭ୍ରାନ୍ତି ଆସୁଥିଲା, ତେଣୁ ଏବେ କେବଳ ନିଜ କାମ ଉପରେ ଏକାଗ୍ରତା ରଖିଛି’ ବୋଲି କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଏହି ଅଗ୍ରଣୀ ବୋଲର। ଆଇପିଏଲ୍ ଇତିହାସରେ ଲସିଥ୍ ମାଲିଙ୍ଗା (୧୭୦ ୱିକେଟ, ୧୨୨ ମ୍ୟାଚ୍)ଙ୍କ ପରେ ଦ୍ବିତୀୟ ଅଗ୍ରଣୀ ୱିକେଟ ଦଖଲକାରୀ ହେଉଛନ୍ତି ଅମିତ ମିଶ୍ରା (୧୫୭ ୱିକେଟ, ୧୪୮ ମ୍ୟାଚ୍)। ସଚ୍ଚୋଟତାର ସହ କହିଲେ ମୁଁ ମୋ ହକ୍ ପାଇନାହିଁ, କିନ୍ତୁ ଠିକ୍ ଅଛି। ଲୋକଙ୍କୁ ଜଣା ଅଛି ଅମିତ ମିଶ୍ରା କିଏ। ଏହା ମୋ ପାଇଁ ଯଥେଷ୍ଟ।’ ବୋଲି ଅମିତ ଭାବବିହ୍ବଳ କଣ୍ଠରେ କହିଥିଲେ। ସୂଚନାଯୋଗ୍ୟ, ଅମିତ ଭାରତ ପାଇଁ ୨୨ ଟେଷ୍ଟ୍, ୩୬ ଦିନିକିଆ ଏବଂ ୧୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
ମୋତେ ମୋ ହକ୍ ମିଳିନି, ତଥାପି ଠିକ୍ ଅଛି: ଅମିତ ମିଶ୍ରା
/sambad/media/post_attachments/wp-content/uploads/2018/05/amit-mishra-celebrates-pant-1526667120.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)