କୋହଲି ନିଜର ଛବି ନେଇ କହିଲେ, ଲୋକଙ୍କୁ ଏହା ଜଣାଇବାକୁ ପଡୁନି ଯେ, ମୁଁ କିଏ

ମେଲବର୍ଣ୍ଣ: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ନିଜର ସାର୍ବଜନିକ ଛବିକୁ ନେଇ ଲୋକଙ୍କ ମଧ୍ୟରେ ଚାଲିଥିବା ଆଲୋନଚନା ପାଇଁ ବ୍ୟସ୍ତ ନୁହଁନ୍ତି। ବର୍ଷ ବର୍ଷ ଧରି ଲୋକଙ୍କ ମନରେ କୋହଲିଙ୍କ ପ୍ରତି ଥିବା ଧାରଣ ସଂପର୍କରେ ପଚରାଯିବାରୁ, ସେ କହିଛନ୍ତି, ମୁଁ କ’ଣ କରେ, କ’ଣ ଭାବେ, ବ୍ୟାନର ନେଇ ଲୋକଙ୍କୁ କହିପାରିବିନି। ମୁଁ ଏମିତି ବି କହୁ ନାହିଁ ଯେ, ଆପଣ ମତେ ପସନ୍ଦ କରିବା ଜରୁରୀ ଅଟେ। ମୋର ଏଭଳି ମାନସିକତା ନାହିଁ।

କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ବକ୍ସିଂ ଡେ ଟେଷ୍ଟ ମ୍ୟାଚ ପୂର୍ବ ସନ୍ଧ୍ୟାରେ ମଙ୍ଗଳବାର କହିଛନ୍ତି, ଉପରୋକ୍ତ ପ୍ରସଙ୍ଗରେ ମୋର କୌଣସି ନିୟନ୍ତ୍ରଣ ନାହିଁ। ଆପଣଙ୍କୁ କ’ଣ କରିବାକୁ ହେବ, କାହା ଉପରେ ଧ୍ୟାନ ଦେବେ, ଏହା ବ୍ୟକ୍ତିଗତ ପସନ୍ଦ। ମୁଁ ଟେଷ୍ଟ ମ୍ୟାଚକୁ ନେଇ ବ୍ୟସ୍ତ ଅଛି। ଟେଷ୍ଟ ମ୍ୟାଚ ଜିତିବା ଏବଂ ଟିମ ପାଇଁ ଭଲ ଖେଳିବା ପାଇଁ ମୁଁ ଧ୍ୟାନ ଦେଉଛି।

ଭାରତୀୟ ଅଧିନାୟକ କହିଛନ୍ତି, ଲୋକେ ତାଙ୍କ ବାବଦରେ କ’ଣ ଲେଖୁଛନ୍ତି, ସେ ଏହା ଜାଣିବାକୁ ଚେଷ୍ଟା କରି ନାହାନ୍ତି। ଲୋକେ ତାଙ୍କୁ କ’ଣ କହୁଛନ୍ତି ସେ ବାବଦରେ ଖବର ରଖୁ ନାହାନ୍ତି। କାରଣ ମୋତେ ଏଥିରୁ କିଛି ମିଳିବାର ନାହିଁ ବୋଲି କୋହଲି କହିଛନ୍ତି।

ସମ୍ବନ୍ଧିତ ଖବର