ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୨୦୨୧ ସଂସ୍କରଣ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ଭାରତୀୟ କ୍ରିକେଟର ବିରାଟ କୋହଲି। ସେହି ସମୟର ସ୍ଥିତିକୁ ମନେ ପକାଇ ବିରାଟ କୋହଲି ପ୍ରକାଶ କରିଛନ୍ତି ଯେ, ବାରମ୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରି ସେ ନିଜ ଉପରୁ ବିଶ୍ୱାସ ହରାଇ ବସିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ତାଙ୍କର ଟ୍ୟାଙ୍କ ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା।
“ସତ କହିବାକୁ ଗଲେ ଯେତେବେଳେ ମୋର ଅଧିନାୟକତ୍ୱ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିଲା, ସେତେବେଳେ ମୋର ନିଜ ଉପରେ କୌଣସି ବିଶ୍ୱାସ ନଥିଲା। ମୁଁ ଆଉ ମୁଁ ହୋଇ ନଥିଲି। ୟୁପି ୱାରିଅର୍ଜ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆରସିବି ମହିଳା ଦଳ ସହ କଥାବାର୍ତ୍ତା ବେଳେ କୋହଲି ଏଭଳି କହିଛନ୍ତି। ଆରସିବି ଟ୍ବିଟ କରିଥିବା ଭିଡିଓରେ ବିରାଟ ଏଭଳି କହୁଥିବା ଦେଖାଯାଇଛି।
Virat Kohli’s pep talk to the RCB Women’s Team
King came. He spoke. He inspired. He’d be proud watching the girls play the way they did last night. Watch @imVkohli's pre-match chat in the team room on Bold Diaries.#PlayBold#ನಮ್ಮRCB#WPL2023pic.twitter.com/fz1rxZnID2
— Royal Challengers Bangalore (@RCBTweets) March 16, 2023
ଆରସିବିର ଅଧିନାୟକ ଭାବେ ଇସ୍ତଫା ଦେବା ସହ ଟି-୨୦ ଅଧିନାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ବିରାଟ। ରୋହିତ ଶର୍ମାଙ୍କ ସମେତ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ତାଙ୍କ ଟିମ୍ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ। କୋହଲି ଆହୁରି କହିଥିଲେ ଯେ, ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। କାର୍ଯ୍ୟଭାର ପରିଚାଳନା ପାଇଁ କୋହଲି ଟି-୨୦ଅଧିନାୟକତ୍ୱ ଛାଡୁଥିବା ଟ୍ବିଟରେ ଜଣାଇଥିଲେ।