ମୁଁ ସୈନିକ ଭଳି ଧୋନିଙ୍କୁ ଅନୁସରଣ କରେ: ତୁଷାର ଦେଶପାଣ୍ଡେ

ନୂଆଦିଲ୍ଲୀ: ସୋମବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ୫ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଏହି ବିଜୟ ସହ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ମଧ୍ୟ ସମକକ୍ଷ ହୋଇଛି। ଏଥି ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ୍‌ ବିଜେତା ହୋଇଥିଲା।

ତେ‌ବେ ଏତେ ବଡ଼ ସଫଳତା ପରେ ଚେନ୍ନାଇ ସୁପର କିଙ୍ଗ୍ସର ଗୋଟିଏ ପରେ ଗୋଟିଏ କ୍ରିକେଟର, ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। ପୂର୍ବରୁ କ୍ରିକେଟର ରବିନ୍ଦ୍ର ଜାଦେଜା ମାହି ଭାଇଙ୍କ ପାଇଁ ତ କିଛି ବି କରିବୁ ବୋଲି ଟ୍ବିଟ କରି କହିଥିଲେ। ଏବେ କ୍ରିକେଟର ତୁଷ‌ାର ଦେଶପାଣ୍ଡେ ନିଜକୁ ଧୋନିଙ୍କ ସୈନିକ ବୋଲି କହିଛନ୍ତି। ସେ କହିଛନ୍ତି, ବୋଲିଂ ସମୟରେ ମାହି ଭାଇ ସବୁ ଜିନିଷକୁ ସହଜ ରଖନ୍ତି। ସବୁ ଖେଳାଳିଙ୍କୁ ସମାନ ନଜରରେ ଦେଖିବା ସହ ସମସ୍ତଙ୍କୁ ବୁଝାନ୍ତି। କେବଳ ପଡ଼ିଆରେ ନୁହେଁ ବ୍ୟକ୍ତିଗତ ଭାବରେ ମଧ୍ୟରେ ସେ ଅସୁବିଧାରେ ପଡ଼ିଥିବା ଖେଳାଳିଙ୍କୁ ସାହାଯ୍ୟ କରନ୍ତି। ମୁଁ ଏକ ସୈନିକ ଭଳି ସେ ଯାହା କୁହନ୍ତି ତାହା କରେ। ସେ ମୋତେ ଭୁଲ ରାସ୍ତାରେ ନେବେନି ବୋଲି ମୋର ପୂରା ବିଶ୍ବାସ ରହିଛି।

ତେବେ ତୁଷାର ସିଏସକେ ପାଇଁ ସର୍ବାଧିକ ୨୧ଟି ୱିକେଟ ନେଇଛନ୍ତି। ତାଙ୍କ ବୋଲିଂ ଶୈଳୀରେ ଧୋନିଙ୍କ ପ୍ରଭାବ ଦେଖିବାକୁ ମିଳେ।

ସମ୍ବନ୍ଧିତ ଖବର