ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଗସ୍ତ ପୂର୍ବରୁ ତାଙ୍କ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ‘ମୋତେ ପଚାରନ୍ତୁ କିଛି ପ୍ରଶ୍ନ’ ନାମରେ ଅଧିବେସନ କରିଥିଲେ। ଜଣେ ପ୍ରଶଂସକ କୋହଲିଙ୍କୁ ଖାଦ୍ୟ ବିଷୟରେ ପଚାରିଥିଲେ। ପ୍ରଶଂସକ ଜଣଙ୍କ କୋହଲିଙ୍କୁ ପଚାରିଥିଲେ, ଆପଣଙ୍କ ଖାଦ୍ୟ କିପରି ରହିଛି? ଏହାର ଉତ୍ତରରେ କୋହଲି କହିଥିଲେ ଯେ ‘‘ବହୁ ପନିପରିବା, କିଛି ଅଣ୍ଡା, ୨ କପ୍ କଫି, କିନୋଆ, ପାଳଙ୍ଗ ସାଗ ସହ ଦୋସା ବି ଖାଇବାକୁ ଭଲପାଏ। କିନ୍ତୁ ଏହି ସମସ୍ତ ଖାଦ୍ୟ ପରିମାଣ ନିୟନ୍ତ୍ରଣରେ ରଖିଥାଏ’’ କୋହଲି ନିଜ ଖାଦ୍ୟରେ ଅଣ୍ଡାକୁ ସାମିଲ କରିଥିବା ପ୍ରକାଶ କରିବା ପରେ ଟ୍ରୋଲ୍ର ଶିକାର ହୋଇଥିଲେ।
କାରଣ ସେ ଜଣେ ଶାକାହାରୀ ବୋଲି ସମସ୍ତେ ଜାଣିଥିଲେ। କୋହଲି ମଧ୍ୟ ଅନେକବାର ଶାକାହାରୀ ଖାଦ୍ୟକୁ ନେଇ ଯୁକ୍ତି ବାଢ଼ିଥିଲେ। ପ୍ରଶଂସକ ପଚାରିଥିଲେ ଯଦି ଜଣେ ଶାକାହାରୀ ତେବେ ଅଣ୍ଡା କିପରି ଖାଇପାରିବ। ଏହା ଉତ୍ତରରେ କୋହଲି କହିଥିଲେ ‘‘ମୁଁ କେବେ ଶାକାହାରୀ ବୋଲି କହିନି। କିନ୍ତୁ ସବୁବେଳେ ଶାକାହାରୀ ରହିଥାଏ। ଏବେ ଏକ ଦୀର୍ଘ ନିଶ୍ୱାସ ନେଇ ଯଦି ଚାହଁ ତୁମେ ତୁମ ପସନ୍ଦର ତରକାରି ଖାଅ।’’ ସୂଚନାଯୋଗ୍ୟ ଯେ ଜୁନ୍ ୧୮ ତାରିଖରେ ସାଉଥମ୍ପଟନରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ ଖେଳିବା ଲାଗି ଭାରତୀୟ ଦଳ ଜୁନ୍ ୩ ତାରିଖରେ ଇଂଲଣ୍ଡ ଗସ୍ତ କରିବ।