ବିରାଟଙ୍କୁ ଆଉଟ୍ କରିବାକୁ ବୋଲ୍ଟ ବ୍ୟଗ୍ର

ୱେଲିଂଟନ୍ : ଆହତ ହୋଇ ଭାରତ ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଖେଳି ପାରି ନଥିବା ନ୍ୟୁଜିଲାଣ୍ଡର ବିପଜ୍ଜନକ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ଫେରିଛନ୍ତି। ସୁସ୍ଥ ହୋଇ ନ୍ୟୁଜିଲାଣ୍ଡ ଟେଷ୍ଟ୍‌ ଦଳରେ ସ୍ଥାନ ପାଇବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ‌ସେ ସିଧାସଳଖ ଚେତାବନୀ ଦେଇଛନ୍ତି। ବୋଲ୍ଟ କହିଛନ୍ତି ଯେ ଭାରତ ଏକ ବହୁତ ଭଲ ଦଳ। ସେମାନେ ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି। ଭାରତ ମଧ୍ୟ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ର ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ରହିଛି। ମୁଁ ୨୧ ତାରିଖରୁ ଆରମ୍ଭ ହେଉଥିବା ଦୁଇ ଟିକିଆ ‌ଟେଷ୍ଟ୍‌ ଶୃଙ୍ଖଳାରେ ବିରାଟଙ୍କୁ ବୋଲିଂ କରିବାକୁ ବ୍ୟଗ୍ର। ତାଙ୍କ ୱିକେଟ୍ ନେବା ଶୃଙ୍ଖଳାରେ ମୋର ପ୍ରଥମ ଲକ୍ଷ୍ୟ ହେବ।

ସମ୍ବନ୍ଧିତ ଖବର