ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରୁ ଛୁଟି ମିଳିଥିଲେ ମଧ୍ୟ ଭାରତୀୟ ଦଳକୁ ଜୀବନ ଥିଲା ଯାଏ ସମର୍ଥନ ଜାରି ରଖିବି। ଏପରିକି କ୍ରିକେଟ୍ ଦେଖୁଥିଲା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ସମର୍ଥନ ଦେବା ଜାରି ରଖିବି। ଏକଥା କହିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଟିମ୍ ଇଣ୍ଡିଆ ସହ କଟାଇଥିବା ସ୍ମରଣୀୟ ମୁହୂର୍ତ୍ତ ଲାଗି ଖେଳାଳିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଟ୍ବିଟର ପୃଷ୍ଠାରେ ଆବେଗପୂର୍ଣ୍ଣ ବିଦାୟୀ ଲେଖା ଲେଖିଛନ୍ତି ସେ। ‘‘ଏକ ଘଟଣା ବହୁଳ ଯାତ୍ରାର ଯବନିକା ପଡ଼ିଛି। ଏହି ଅତୁଳନୀୟ ଯାତ୍ରାର ପଥିକ କରିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏହି ସ୍ମୃତି ସାରା ଜୀବନ ମୋ ପାଇଁ ସମ୍ପତ୍ତି ହୋଇରହିବ। କ୍ରିକେଟ୍ ଦେଖୁଥିବା ପର୍ଯ୍ୟନ୍ତ ମୁଁ ଟିମ୍ ଇଣ୍ଡିଆକୁ ସମର୍ଥନ ଦେବା ଜାରି ରଖିବି’’ ବୋଲି ଶାସ୍ତ୍ରୀ ରବିବାର ଟ୍ବିଟ୍ କରିଛନ୍ତି। ନିଜ ଟ୍ବିଟ୍କୁ ସେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଟ୍ୟାଗ୍ କରିଛନ୍ତି।
କ୍ରିକେଟ୍ ଦେଖୁଥିବା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ସମର୍ଥନ ଜାରି ରଖିବି: ଶାସ୍ତ୍ରୀ
/sambad/media/post_attachments/wp-content/uploads/2020/05/ravi-shastri-pti-file-1588241782.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)