ମୋତେ ବ୍ୟାନର ଧରି ବୁଲିବା ଆବଶ୍ୟକ ନାହିଁ: କୋହଲି

ମେଲବର୍ନ: ବିରାଟ କୋହଲିଙ୍କ ସ୍ବଭାବ ଏବଂ ଆଚରଣକୁ ନେଇ ଅଷ୍ଟ୍ରେଲିଆରେ ଢେର ସମାଲୋଚନା ହେଉଥିଲେ ବି ଏସବୁକୁ ନେଇ ସେ ବେଶ୍‌ ବେଫିକର। ଗଣମାଧ୍ୟମ ହେଉ କି ପ୍ରଶଂସକ କାହାରିକୁ ତାଙ୍କର ନଜର ନାହିଁ। ବକ୍ସିଂ ଡେ’ ଟେଷ୍ଟ୍ ପୂର୍ବରୁ କୋହଲି ମଧ୍ୟ ଏ ସମ୍ପର୍କରେ କହୁ କହୁ ଦାର୍ଶନିକ ଭଳି ମନ୍ତବ୍ୟ ଦେଇଛନ୍ତି। ‘‘ମୁଁ କ’ଣ କରେ ଏବଂ କ’ଣ ଚିନ୍ତା କରେ, ଏହାକୁ ବ୍ୟାନର ଧରି ବିଶ୍ବବାସୀଙ୍କୁ‌ ଦେଖାଇବାର ଆବଶ୍ୟକତା ନାହିଁ। ମୁଁ କିଏ ବୋଲି ଅନ୍ୟକୁ ଜଣାଇବାର ଆବଶ୍ୟକତା ମଧ୍ୟ ନାହିଁ। ବାହାରେ ଅନେକ କିଛି ଘଟିବ। ଏହା ଉପରେ ମୋର କିଛି ନିୟନ୍ତ୍ରଣ ନାହିଁ। ଏସବୁ ବ୍ୟକ୍ତିଗତ ପସନ୍ଦର କଥା। ତୁମେ କେଉଁଟା ଉପରେ ଏକଗ୍ରତା ରଖିବ ତୁମ କାମ।‌ ମୋ ଏକାଗ୍ରତା ଏବେ ଟେଷ୍ଟ୍ ମ୍ୟାଚ୍‌ ଉପରେ, ଦଳ ପାଇଁ ଭଲ ଖେଳିବା ଓ ଜିତିବା ମୋ କାମ’‌।‌ କେଉଁ ଲେଖାରେ କ’ଣ ବାହାରିଲା ଏବଂ କିଏ କ’ଣ କହିଲା ମୋର ସେ ସମ୍ପର୍କରେ କିଛି ଧାରଣା ନାହିଁ ବୋଲି କୋହଲି ସ୍ପଷ୍ଟ ଭାବେ କହିଦେଇଛନ୍ତି। ସଫଳତା ହାସଲ ପାଇଁ ୮୦ ପ୍ରତିଶତ ମାନସିକତା ଏବଂ ୨୦ ପ୍ରତିଶତ ‌ବୈଷୟିକ ସମ୍ପୃକ୍ତି ଆବଶ୍ୟକ ବୋଲି କୋହଲି କହିଛନ୍ତି।

ସମ୍ବନ୍ଧିତ ଖବର