ଆଇଏସ୍‌ଏଲ୍‌‌: ଅରୋଜ୍‌କୁ ହରାଇଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ପ୍ରଥମ ଥର ଲାଗି ଆଇଏସ୍‌ଏଲ୍‌‌ ଖେଳିବାକୁ ଯାଉଛି ଓଡ଼ିଶା ଏଫ୍‌ସି। ଆଇଏସ୍‌ଏଲ୍‌ ଆରମ୍ଭ ପୂର୍ବରୁ ଶୁକ୍ରବାର ନିଜ ଘରୋଇ ପଡ଼ିଆ କଳିଙ୍ଗ ‌ଷ୍ଟାଡିୟମରେ ଏକ ଅଭ୍ୟାସ ମ୍ୟାଚ୍‌ରେ ଭେଟିଛି ଆଇଲିଗ୍‌ ଦଳ ଇଣ୍ଡିଆନ୍‌ ଅରୋଜକୁ। ଏହି ଅଭ୍ୟାସ ମ୍ୟାଚ୍‌କୁ ଜିତି ଓଡ଼ିଶା ଏଫ୍‌ସି ବିଜୟରୁ ନିଜ ଘରୋଇ ଅଭିଯାନ ଆରମ୍ଭ କରିଛି। ଗତ ବର୍ଷ କଳିଙ୍ଗକୁ ଘରୋଇ ପଡ଼ିଆ କରିଥିବା ଭାରତୀୟ ଯୁବ ଦଳ ଆରୋଜକୁ ୧-୦ ଗୋଲ୍‌ରେ ହରାଇ ଦେଇଛି ଓଡ଼ିଶା ଏଫ୍‌ସି। ଏହି ମ୍ୟାଚ୍‌ର ପ୍ରଥମାର୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ‌ଦ୍ବିତୀୟାର୍ଧରେ ଡାନିଏଲ୍‌ ଲାହଲିମ୍ପୁଇଆ (୬୭ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଓଡ଼ିଶା ଏଫ୍‌ସି ମ୍ୟାଚ୍‌ ଜିତି ନେଇଥିଲା। ଦିଲ୍ଲୀ ଡାଇନାମସରୁ ଓଡ଼ିଶା ଏଫ୍‌ସିକୁ ପରିବର୍ତିତ ହୋଇଥିବା ଏହି ଦଳ ଅକ୍ଟୋବର ୨୨ ତାରିଖରେ ଜାମ୍‌ସେଦପୁରରେ ଜାମସେଦପୁର ଏଫ୍‌ସି ବିପକ୍ଷରୁ ଆଇଏସ୍‌ଏଲ୍‌ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର