ମୁମ୍ବାଇ: ଟେଷ୍ଟ୍ ଚାମ୍ପିଅନସିପ୍ ଓ ପ୍ରସ୍ତାବିତ ଆନ୍ତର୍ଜାତିକ ଦିନିକିଆ ଲିଗ୍କୁ ସ୍ଥଗିତ କରିବାକୁ ଆଇସିସିର ପ୍ରମୁଖ ସଦସ୍ୟ ବୋର୍ଡ ବିସିସିଆଇ, ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ କ୍ରିକେଟ ଅଷ୍ଟ୍ରେଲିଆ ଏହି ବିଶ୍ବ କ୍ରିକେଟ୍ ସଂଘକୁ ଅନୁରୋଧ କରିଛନ୍ତି। ଇସିବି ନେତୃତ୍ବାଧୀନ ଏହି ବୋର୍ଡଗୁଡ଼ିକ ଆଇସିସିର ଭବିଷ୍ୟତ ଗସ୍ତ କାର୍ଯ୍ୟକ୍ରମ (ଏଫ୍ଟିପି)ରେ ମଧ୍ୟ ପରିବର୍ତ୍ତନ କରାଯିବା ଆବଶ୍ୟକ ରହିଥିବା ଆଇସିସିକୁ ଚିଠି ମାଧ୍ୟମରେ ଜଣାଯାଇଛନ୍ତି। ପାଖାପାଖି ଦୁଇ ସପ୍ତାହଧରି ଟେଲିକନ୍ଫରେନ୍ସ ଜରିଆରେ ହେଉଥିବା ମାର୍ଚ୍ଚ ବୋର୍ଡ ବୈଠକରେ ଏବିଷୟରେ ଆଇସିସି ଓ ଉକ୍ତ ସଦସ୍ୟ ବୋର୍ଡଙ୍କ ମଧ୍ୟରେ ଆଲୋଚନା ଚାଲିଛି।
ଏବେ ଟେଷ୍ଟ୍ ଚାମ୍ପିଅନସିପ ଓ ଆନ୍ତର୍ଜାତିକ ଦିନିକିଆ ଲିଗ୍ ଏକ ଅନିଶ୍ଚିତତା କ୍ୟାଲେଣ୍ଡର ମଧ୍ୟରେ ଗତି କରୁଛି। ଯାହାଫଳରେ ସଦସ୍ୟମାନଙ୍କର ଦ୍ବିପାକ୍ଷିକ ବ୍ୟବସ୍ଥାରେ ଅନେକ କ୍ଷତି ହୋଇପାରେ। ବିସିସିଆଇ ମଧ୍ୟ ଏଥିରୁ ବାଦ୍ ପଡ଼ିବନି। ଆସନ୍ତାବର୍ଷ ଆଇପିଏଲ୍ର ମିଡିଆ ଅଧିକାର ନିଲାମ କରାଯିବ। ଏହି ସମୟରେ ଆଇସିସିର ମଧ୍ୟ ୨୦୨୩-୩୧ ବର୍ଷ ପର୍ଯ୍ୟନ୍ତ ମିଡିଆ ଅଧିକାର ନିଲାମ ହେବ। ଏସବୁ ଶେଷ ହେବା ପରେ ଇସିବି ଓ ଅଷ୍ଟ୍ରେଲିଆ ସେମାନଙ୍କର ମିଡିଆ ଅଧିକାର ବିକ୍ରି ପାଇଁ ପ୍ରସ୍ତୁତ ହେବେ। ଯାହାଫଳରେ ଏହାଭିତରୁ ସମୟ ବାହାର କରିବା ପାଇଁ ବୋର୍ଡମାନଙ୍କ ମଧ୍ୟରେ ଏକ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଗଲାଣି। ଏହାବାଦ୍ ପ୍ରତ୍ୟେକ ବର୍ଷ ଗୋଟିଏ ଲେଖାଏଁ ଆଇସିସିର ନୂଆ ଇଭେଣ୍ଟ କରାଯିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଉଛି। ତେବେ ବୋର୍ଡ ବୈଠକ ବସୁଥିବା ବେଳେ ଏଭଳି ପ୍ରସ୍ତାବ ସମୟ ସମୟରେ ଆସୁଥିବା ଆଇସିସି କହିଛି। ଏଫ୍ଟିପିକୁ ମଧ୍ୟ ପ୍ରସ୍ତୁତ କରାଯାଇସାରିଥିଲା ବେଳେ ବୋର୍ଡମାନଙ୍କଠୁ ଆବେଦନ ଆହ୍ବାନ କରାଯାଇଛି। ସମସ୍ତ ପ୍ରକାରର ବିକଳ୍ପ ବିଷୟରେ ଆଇସିସି ଚିନ୍ତା କରୁଥିଲା ବେଳେ କରୋନା ଭୟ ଶେଷ ହେବା ପରେ ଟେଷ୍ଟ୍ ଚାମ୍ପିଅନସିପ୍ ଶେଷ କରିବାକୁ ଆଇସିସି ପ୍ରସ୍ତୁତ ହେଉଛି। ତେବେ ଏହା ଉପରେ ଆଇସିସି କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ତଥାପି କୋଭିଡ୍-୧୯ ଯୋଗୁଁ ଏକାଧିକ ଦ୍ବିପାକ୍ଷିକ ବୁଝାମଣା ବାତିଲ ହେବା ସମ୍ଭାବନା ଅଧିକ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/sf98h7sf9h7sf98h7sf98h7sf98hsfhhhhhhhhhhhhhhhhhhhhh.jpg)