ଦୁର୍ନୀତି ନିବାରଣ ବିଧି ଉଲଂଘନ ପାଇଁ ସାମୁଏଲ୍‌ସଙ୍କୁ ଆଇସିସିର ଦୋଷାରୋପ

ଦୁବାଇ: ଏକ ଟି-୨୦ ଲିଗ୍‌ ଅବସରରେ ୪ ପ୍ରକାର ଦୁର୍ନୀତି ନିବାରଣ ବିଧି ଉଲଂଘନ କରିଥିବାରୁ ପୂର୍ବତନ ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ମାର୍ଲନ୍‌ ସାମୁଏଲ୍‌ସଙ୍କୁ ଆଇସିସି ବୁଧବାର ଦୋଷୀ ସାବ୍ୟସ୍ତ କରିଛି। ସାମୁଏଲ୍‌ସ ଆତିଥେୟତା ସୁବିଧା‌ ହାସଲ କରିଥିବା ସଂପର୍କରେ ତଥ୍ୟ ଦେବାକୁ ବିଫଳ ହୋଇଥିବା ଅନ୍ୟତମ କାରଣ ଥିଲା। ସଂପୃକ୍ତ ଟି-୨୦ ଲିଗ୍‌ ଆୟୋଜନ କରିଥିବା ଏମିରେଟ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ତରଫରୁ ଆଇସିସି ସାମ୍‌ସନ୍‌ଙ୍କୁ ଅଭିଯୁକ୍ତ କରିଛି। ସାମ୍‌ସନ୍‌ ଦୁର୍ନୀତି ନିବାରଣ ସଂସ୍ଥାର ଅଧିକାରୀମାନଙ୍କ ନିକଟରେ ଗ୍ରହଣ କରିଥିବା ଉପହାର, ପାଉଣା, ଆତିଥେୟତା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସଂପର୍କରେ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଥିଲା ବେଳେ ତଦନ୍ତରେ ଅସହଯୋଗ କରିବାର ଗୁରୁତର ଅଭିଯୋଗ ହୋଇଥିଲା। ଫଳରେ ଆଇସିସି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ବେଳେ ୧୪ ଦିନ ମଧ୍ୟରେ ପକ୍ଷ ରଖିବାକୁ ନିର୍ଦେଶ ଦେଇଛି।

ସମ୍ବନ୍ଧିତ ଖବର