କରୋନା ଭୟ : ଆଇସିସି ବୋର୍ଡ ବୈଠକ ବାତିଲ

ବିଶ୍ବ ଏକାଦଶ-ଏସିଆ ଏକାଦଶ ମ୍ୟାଚ୍‌ ସ୍ଥଗିତ

ମୁମ୍ବାଇ : କରୋନା ଭୂତାଣୁର ସଂକ୍ରମଣ ଭୟରେ ଚାରିଦିନିଆ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ବୋର୍ଡ ସଦସ୍ୟ ବୈଠକକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରି ଦିଆଯାଇଛି। କରୋନା ଶହେରୁ ଅଧିକ ଦେଶକୁ ସଂକ୍ରମିତ ହୋଇ ସାରିଥିବାର ଖବର ମିଳିବା ପରେ ଆଇସିସି ଦୁଇ ଦିନ ପୂର୍ବେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲା। ଏହି ନିଷ୍ପତ୍ତି ବିଷୟରେ ସମସ୍ତ ସଦସ୍ୟ ବୋର୍ଡଙ୍କୁ ଜଣାଇ ଦିଆସରିଥିବା ଆଇସିସି ପକ୍ଷରୁ କୁହାଯାଇଛି। ଏହି ବୈଠକ ଏବେ ଜୁନ୍ କିମ୍ବା ଜୁଲାଇରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଦୁଇ ସପ୍ତାହ ପୂର୍ବେ ଏସୀୟ କ୍ରିକେଟ୍ ପରିଷଦ ବୈଠକକୁ ମଧ୍ୟ ଏହି କାରଣରୁ ବାତିଲ କରି ଦିଆଯାଇଥିଲା।

ବିଶ୍ବ ଏକାଦଶ-ଏସିଆ ଏକାଦଶ ମ୍ୟାଚ୍‌ ସ୍ଥଗିତ
ଢାକା : ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ବୁଧବାର ବିଶ୍ବ ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ହେବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ସ୍ଥଗିତ ରଖିଛି। ବିସିବି ବାଂଲାଦେଶର ଜାତୀୟ ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଶତବାର୍ଷିକୀ ଜୟନ୍ତୀ ଉପଲକ୍ଷେ ଚଳିତ ମାସ ୨୧ ଓ ୨୨ ତାରିଖରେ ଉଭୟ ଦଳକୁ ନେଇ ଦୁଇଟି ମ୍ୟାଚ୍‌ ଆୟୋଜନ କରିବା ଲାଗି ସ୍ଥିର କରିଥିଲା। ହେଲେ କରୋନା ଭୂତାଣୁ ଆତଙ୍କ ଯୋଗୁଁ ମ୍ୟାଚ୍‌ ଅନିର୍ଦ୍ଧି‌ଷ୍ଟ ସମୟ ଲାଗି ସ୍ଥଗତି ରଖିବାକୁ ବିସିବି ନିଷ୍ପତ୍ତି ନେଇଛି ବୋଲି ସଭାପତି ନାମୁଲ ହାସନ କହିଛନ୍ତି।

ସମ୍ବନ୍ଧିତ ଖବର