ଆଇସିସି ଦିନିକିଆ ମାନ୍ୟତା: କୋହଲି, ରୋହିତ ସ୍ଥିର; ବୁମ୍‌ରା ପଞ୍ଚମ

ଦୁବାଇ: ଆଇସିସି ବୁଧବାର ପ୍ରକାଶ କରିଥିବା ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ଓ ତୃତୀୟ ସ୍ଥାନରେ ସ୍ଥିର ରହିଛନ୍ତି। ବୋଲର ମାନ୍ୟତାରେ ଯଶପ୍ରୀତ ବୁମ୍‌ରା ପଞ୍ଚମ ସ୍ଥାନରେ ଅଛନ୍ତି। କୋହଲି ଓ ରୋହିତ ଯଥାକ୍ରମେ ୮୫୭ ଓ ୮୨୫ ପଏଣ୍ଟ ପାଇ ପାକିସ୍ତାନର ବାବର ଆଜମ (୮୬୫) ପଛରେ ରହିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ (୭୩୭), ବାଂଲାଦେଶର ମେହଦି ହାସନ (୭୨୫), ଆଫଗାନିସ୍ତାନର ମୁଜିବ-ଉର୍‌-ରହମାନ ଓ ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନରି (୬୯୧)ଙ୍କ ସହ ବୁମ୍‌ରା (୬୯୦) ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ଅଛନ୍ତି। ହାସନ ବାଂଲାଦେଶର ତୃତୀୟ ବୋଲର ଭାବେ ଶ୍ରେଷ୍ଠ ଦୁଇ ଜଣଙ୍କ ମଧ୍ୟରେ ରହିଛନ୍ତି। ଶ୍ରୀଲଙ୍କା ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରି ସେ ଏହି ସୌଭାଗ୍ୟ ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର