ଆଇସିସି ପୁରସ୍କାରରେ କୋହଲି ଓ ଧୋନିଙ୍କ ଦବଦବା

ନୂଆଦିଲ୍ଲୀ: ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟ୍ ର ସର୍ବୋତ୍ତମ ପ୍ରଦର୍ଶନକୁ ଆଧାର କରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦଶନ୍ଧି ପୁରସ୍କାର ଘୋଷଣା କରିଛି | ଦଶନ୍ଧିର ସର୍ବୋତ୍ତମ ପ୍ରଦର୍ଶନ ଉପରେ ଆଧାର କରି ଆଇସିସି ଏହାର ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି -୨୦ ଦଳ ଚୟନ କରିଛି। ଆଉ ଏହି ତାଲିକାରେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଦବଦବା ଜାରି ରହିଛି | ଆଇସିସିର ଏହି ଦଶନ୍ଧିର ଵେଷ୍ଟ ଦିନିକିଆ, ଟେଷ୍ଟ ଏବଂ ଟି -୨୦ ଦଳରେ ବିରାଟ କୋହଲି ସ୍ଥାନ ପାଇଛନ୍ତି। ଏଥିସହ ଟେଷ୍ଟ ଦଳର ଅଧିନାୟକ ତାଙ୍କୁ ଦିଆଯାଇଛି।

ଏହା ବ୍ୟତୀତ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଏବଂ ଟି -୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୫୦ ଓଭରର ଵେଷ୍ଟ ଟିମରେ ଧୋନିଙ୍କ ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି ସ୍ଥାନ ପାଇଛନ୍ତି । ଏହି ଦଳରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ଏବଂ ମିଚେଲ ଷ୍ଟାର୍କ ମଧ୍ୟ ମନୋନୀତ ହୋଇଛନ୍ତି। ବାଂଲାଦେଶର ଅଲରାଉଣ୍ଡର ଶାକିବ ଅଲ ହାସନ ଏବଂ ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କ ସହ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର, ଏବି ଡି ଭିଲିୟର୍ସ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ନ୍ୟୁଜିଲାଣ୍ଡର ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି।

ଆଇସିସିର ଦଶନ୍ଧି ଟିମ ଉପରେ ନଜର ପକାନ୍ତୁ

ଆଇସିସି ଦିନିକିଆ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ଡେଭିଡ ୱାର୍ଣ୍ଣର, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଶାକିବ ଅଲ ହାସନ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲାସିଥ ମାଲିଙ୍ଗା।
ଟି -୨୦ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ରୋହିତ ଶର୍ମା, କ୍ରିସ୍ ଗେଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ, କିରନ୍ ପୋଲାର୍ଡ, ରସିଦ୍ ଖାନ୍, ଜସପ୍ରୀତ ବୁମ୍ରା, ଲାସିଥ୍ ମାଲିଙ୍ଗା
ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଆଲାଷ୍ଟାୟର କୁକ, ଡେଭିଡ ୱାର୍ଣ୍ଣର, କେନ ୱିଲିୟମସନ, ଷ୍ଟିଭ ସ୍ମିଥ, କୁମାର ସାଙ୍ଗାକାରା (ୱିକେଟ୍ କିପର), ବେନ ଷ୍ଟୋକ୍ସ, ରବିଚନ୍ଦ୍ରନ ଅଶ୍ୱିନ, ଡେଲ ଷ୍ଟେନ, ଷ୍ଟିୱାର୍ଡ ବ୍ରଡ, ଜେମ୍ସ ଆଣ୍ଡରସନ।

ସମ୍ବନ୍ଧିତ ଖବର