ଦୁବାଇ: ଆସନ୍ତା ଫେବ୍ରୁଆରି ୭ରୁ ଭାରତ ଓ ଶ୍ରୀଲଙ୍କାରେ ଆରମ୍ଭ ହେଉଥିବା ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ ନିମନ୍ତେ ବାଂଲାଦେଶର ଭାରତ ଗସ୍ତ ଏବେ ବି ଅନିଶ୍ଚିତ ରହିଛି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ ପ୍ରବର୍ତ୍ତାଇବାକୁ ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡର ବାରମ୍ବାର ଉଦ୍ୟମ ସତ୍ତ୍ବେ ଅଚଳାବସ୍ଥା ଜାରି ରହିଛି। ଭାରତ ଗସ୍ତ ନ କରିବାକୁ ବିସିବି ଅଡ଼ିବସିଥିବାରୁ ଏହି ଅଚଳାବସ୍ଥା ଜାରି ରହିଛି।

Advertisment

ଏବେ ବିସିବିକୁ ବୁଝାଇବାକୁ ଆଇସିସି ପକ୍ଷରୁ ଏକ ଶେଷ ଉଦ୍ୟମ କରାଯାଉଛି। ଆଇସିସିର ଦୁଇଜଣ ପ୍ରତିନିଧି ଖୁବଶୀଘ୍ର ବାଂଲାଦେଶ ଗସ୍ତ କରି ବିସିବି ଅଧିକାରୀମାନଙ୍କ ସହ ବୈଠକ କରିବେ। ଏହା ସହିତ ସେମାନେ ବାଂଲାଦେଶର ୟୁନୁସ ସରକାରଙ୍କ ସହ ବି ବୈଠକ କରି ଅଚଳାବସ୍ଥା ଦୂର କରିବାକୁ ଉଦ୍ୟମ କରିବେ।

ଆହୁରି ପଢ଼ନ୍ତୁ: RCCL: ରେଡିଓ ଚକଲେଟ୍ କ୍ରିକେଟ୍ ଲିଗ୍: ଉଦ୍‌ଘାଟନୀ ମ୍ୟାଚ୍‌ରେ କାନାରା ବ୍ୟାଙ୍କ ବିଜୟୀ

‘ଆଇସିସି’ର ଉଦ୍ୟମ ପଛର କାରଣ କ’ଣ?

ଅନ୍ତର୍ଜାତୀୟ କ୍ରିକେଟରେ ବାଂଲାଦେଶ ଯେପରି ଅବହେଳିତ ଅନୁଭବ ନ କରେ ତାହା ଦୂର କରିବାକୁ ଆଇସିସି ଉଦ୍ୟମ କରୁଛି। ବାଂଲାଦେଶର ସୁରକ୍ଷା ଚିନ୍ତାକୁ ମଧ୍ୟ ଦୂର କରିବାକୁ ଉଦ୍ୟମ କରାଯାଉଛି। ଏହା ସହିତ ବିଶ୍ବକପରେ ଅଂଶଗ୍ରହଣ କରୁଥିବା ଅନ୍ୟ ୧୯ଟି ଦେଶ ଯେପରି ସମସ୍ୟାରେ ନ ପଡ଼ନ୍ତି ତାହା ଉପରେ ବି ଗୁରୁତ୍ବ ରଖାଯାଇଛି। କାରଣ ବାଂଲାଦେଶର ଅନୁରୋଧ ମାନି ତାହାର ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରୀତ କଲେ ଅନ୍ୟ ଦେଶର ଖେଳାଳି, ଅଫିସିଆଲ ଓ ପ୍ରଶଂସକମାନେ ବି ସମସ୍ୟାରେ ପଡ଼ିବେ। ଏଣୁ ସମସ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବାଂଲାଦେଶକୁ ମନେଇବାକୁ ଉଦ୍ୟମ କରୁଛି ଆଇସିସି।

ଆହୁରି ପଢ଼ନ୍ତୁ: Dibyanga: ଦିବ୍ୟାଙ୍ଗ ଦୃଷ୍ଟିହୀନ ଝିଆରୀଙ୍କ ଆଖି ସାଜିଲେ ବଡ଼ମା’ ଧନମତୀ