ଭାରତ ବିଶ୍ୱକପ ୨୦୨୩ରେ କେତେ ଲାଭ କରିଛି ସେ ନେଇ ସୂଚନା ଦେଲା ଆଇସିସି

Advertisment

ଏକ ଦିବସୀୟ ବିଶ୍ୱକପ ୨୦୨୩ ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚି ସାରିଥିଲା ​​କିନ୍ତୁ ଟାଇଟଲ୍ ଜିତିବାର ସ୍ୱପ୍ନ ଶେଷରେ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଭାରତ କେତେ ଲାଭ କରିଥିଲା ତାହା କହିଛି...

Updated On

ଏକ ଦିବସୀୟ ବିଶ୍ୱକପ ୨୦୨୩ ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚି ସାରିଥିଲା ​​କିନ୍ତୁ ଟାଇଟଲ୍ ଜିତିବାର ସ୍ୱପ୍ନ ଶେଷରେ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଭାରତ କେତେ ଲାଭ କରିଥିଲା ତାହା କହିଛି...

ଅଦ୍ୟତନ ହୋଇଛି
icc

କୋଲକାତା: ଏକଦିବସୀୟ ବିଶ୍ୱକପ ୨୦୨୩ ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚି ସାରିଥିଲା ​​କିନ୍ତୁ ଟାଇଟଲ୍ ଜିତିବାର ସ୍ୱପ୍ନ ଶେଷରେ ଭାଙ୍ଗି ଯାଇଥିଲା। ଫାଇନାଲରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ୱକପ ଟାଇଟଲ ଜିତିଥିଲା। ବର୍ତ୍ତମାନ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଭାରତ କେତେ ଲାଭ କରିଥିଲା ତାହା କହିଛି। ଆଇସିସି ବିଶ୍ୱକପ୍ ୨୦୨୩ ସମୟରେ ଭାରତର ହୋଇଥିବା‌ ଆର୍ଥିକ ଲାଭ ବିଷୟରେ ପ୍ରକାଶ କରିଛି।

୨୦୨୩ ମସିହାରେ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଭାରତରେ ଏକଦିବସୀୟ ବିଶ୍ୱକପ୍ ଆୟୋଜିତ ହୋଇଥିଲା। ବର୍ତ୍ତମାନ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଓ ଆଲାର୍ଡିସ ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ମିଳିଥିବା ଲାଭ ବିଷୟରେ ପ୍ରକାଶ କରି କହିଛନ୍ତି ଯେ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୩ କ୍ରିକେଟ୍‌ର ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଶକ୍ତି ପ୍ରଦର୍ଶନ କରିଛି, ଯାହା ଭାରତକୁ ୧.୩୯ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୧୧,୬୩୭ ଟଙ୍କା ) ରୋଜଗାର କରାଇବାରେ ସାହାଯ୍ୟ କରିଛି। 

ଯେପର୍ଯ୍ୟନ୍ତ ଭାରତରେ ବିଶ୍ୱକପ୍ ଖେଳାଯାଉଥିଲା, ପ୍ରଶଂସକମାନେ ନିଜ ନିଜ ଦଳକୁ ସମର୍ଥନ କରିବା ପାଇଁ ବହୁ ଦୂରରୁ ଆସିଥିଲେ। ଏହି ଅବଧି ମଧ୍ୟରେ, ହୋଟେଲ, ଯାତ୍ରା, ପରିବହନ ଏବଂ ରହିବା ପାଇଁ ଲୋକମାନେ ବହୁତ ଖର୍ଚ୍ଚ କରିଥିଲେ। ବିଶ୍ୱକପ୍ ମ୍ୟାଚ୍ ଖେଳାଯାଉଥିବା ପ୍ରତ୍ୟେକ ସହରରେ ଦର୍ଶକଙ୍କ ସମାବେଶ ହେଉଥିଲା।

ଅଧିକ ପଢ଼ନ୍ତୁ: ଯୁବକ ଭିଡିଓ ରେକର୍ଡ କରୁଥିବା ଜାଣି ବିରାଟ ଦେଇଥିବା ପ୍ରତିକ୍ରିୟା ହେଲା ଭାଇରାଲ

ପର୍ଯ୍ୟଟନରୁ ଭାରତ ୮୬୧.୪ ମିଲିୟନ ଆମେରିକୀୟ ଡଲାର ଲାଭ କରିଛି। ଏହି ଟୁର୍ନାମେଣ୍ଟରେ ଏଥର ୧.୨୫ ମିଲିୟନ ପ୍ରଶଂସକ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ୫୫ପ୍ରତିଶତ ବିଦେଶୀ ଦର୍ଶକ ଭାରତ ଗସ୍ତ କରିଥିଲେ, ସେଥିମଧ୍ୟରୁ ୧୯ ପ୍ରତିଶତ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିଥିଲେ ବୋଲି ଆଇସିସି କହିଛି। ଆୟୋଜିତ ଟୁର୍ଣ୍ଣାମେଣ୍ଟ ଦ୍ବାରା ଭାରତ ଆର୍ଥିକସ୍ତରରେ ବେଶ୍ ଲାଭାନ୍ବିତ  ହୋଇଥିବା ଆଇସିସି କହିଛି। ଦେଶର ପ୍ରତିଟି କ୍ଷେତ୍ରରେ ଆର୍ଥିକ ଲାଭର ପ୍ରଭାବ ଅନୁଭୁତ ହୋଇଥିବାବେଳେ ପର୍ଯ୍ୟଟନ କ୍ଷେତ୍ର ଅଧିକ ଲାଭ ପାଇଥିବା ଆଇସିସି ସୂଚନା ପ୍ରଦାନ କରିଛି।

ଅଧିକ ପଢ଼ନ୍ତୁ: ରାଜନୀତିରେ ପ୍ରବେଶ ପରେ ବିନେଶଙ୍କ ଖୁଲାସା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe