ନୂଆଦିଲ୍ଲୀ : ବୁଧବାର ଆସିଥିବା ଆଇସିସିର ଦିନିକିଆ ମାନ୍ୟତାରେ ଶୁବମନ ଗିଲଙ୍କ ପାଇଁ ଖୁସି ଖବର ଆସିଛି । ଦିନିକିଆ କ୍ରିକେଟରେ କ୍ରମାଗତ ପ୍ରଦର୍ଶନ ପାଇଁ ଗିଲଙ୍କୁ ପୁରସ୍କୃତ କରାଯାଇଛି। ସଦ୍ୟତମ ବ୍ୟାଟିଂ ତାଲିକାରେ ଶୁବମନ ଗିଲ ଏବେ ୪ ନମ୍ବରରେ ପହଞ୍ଚିଛନ୍ତି। ଶୁଭମନ ଗିଲଙ୍କ ୭୩୮ ପଏଣ୍ଟ ରହିଛି, ଯାହା ପାକିସ୍ତାନର ତୃତୀୟ ସ୍ଥାନରେ ଥିବା ଇମାମ-ଉଲ୍-ହକଙ୍କ ଠାରୁ ମାତ୍ର ୨ ପଏଣ୍ଟ କମ୍ । ଶୁଭମନ ଗିଲଙ୍କ ବ୍ୟତୀତ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଶ୍ରେଷ୍ଠ ୧୦ରେ ରହିଛନ୍ତି ।
ଶୁବମନ ଗିଲଙ୍କ ଜାହାଁ ଏହି ତାଲିକାରେ ସ୍ଥାନ ପାଇଛି । ସେହିପରି ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ୍ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବିରାଟ କୋହଲି ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ରାଙ୍କିଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମ ଶୀର୍ଷ ସ୍ଥାନରେ ରହିଛନ୍ତି। ଦ୍ବିତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ରାସି ଭାନ୍ ଡେର୍ ଡୁସେନ୍।
ଶୁବମନ ଗିଲ୍ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଦିନିକିଆରେ ମାତ୍ର ୫୭ ରନ୍ କରିଥିଲେ। ତେବେ ଏହି ତାରକା ବ୍ୟାଟ୍ସମ୍ୟାନ୍ ଚଳିତ କ୍ୟାଲେଣ୍ଡର ବର୍ଷରେ ସେ ୩ଟି ଶତକ ହାସଲ କରିସାରିଛନ୍ତି । ଅନ୍ୟପକ୍ଷରେ ବିରାଟ କୋହଲି ଚଳିତ ବର୍ଷ ଦିନିକିଆରେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୪୨୭ ରନ୍ କରିଛନ୍ତି। ଅଧିନାୟକ ରୋହିତ ଶର୍ମା ମଧ୍ୟ ୮ ନମ୍ବର ସ୍ଥାନରେ ରହିଥିବା ବେଳେ ଭାରତର ୩ ଜଣ ବ୍ୟାଟ୍ସମ୍ୟାନ୍ ଶ୍ରେଷ୍ଠ ୧୦ରେ ରହିଛନ୍ତି ।