ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ବାଂଲାଦେଶର ଅଧିନାୟକ ସାକିବ୍ ଅଲ୍ ହାସନ୍ଙ୍କ ଅଡୁଆ | କାରଣ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ବା ଆଇସିସି ସାକିବ୍ ଅଲ୍ ହାସନ୍ ଓ ସନ୍ଦିଗ୍ଧ ଭାରତୀୟ ଦଲାଲ ଦୀପକ ଅଗ୍ରୱାଲଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ହ୍ଵାଟ୍ସଆପ ଚାଟକୁ ଜାରି କରିଛି | ଜାନୁୟାରୀ ୨୦୧୮ ମସିହାରେ ବାଂଲାଦେଶ, ଶ୍ରୀଲଙ୍କା ଓ ଜିମ୍ବାୱେ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ହ୍ଵାଟ୍ସଆପରେ ଦୀପକଙ୍କ ସହ ସାକିବ ଚାଟିଙ୍ଗ କରିଥିଲେ | ଯାହାକୁ ନେଇ ସେ ଆଇସିସି ଆଣ୍ଟି କରପସନ ୟୁନିଟକୁ ଜଣାଇନଥିଲେ |
ଯେଉଁଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାଂଲାଦେଶର ଅଧିନାୟକ ତଥା ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ସାକିବ୍ ଅଲ୍ ହାସନ୍ଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ଆଇସିସିର ଏହି କଟକଣା ପରେ ସାକିବ୍ ଅଲ୍ ହାସନ୍ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ରିକେଟ ଖେଳି ପାରିବେ ନାହିଁ। ଆଇସିସି ଆଣ୍ଟି କରପସନ ନିୟମକୁ ଉଲଂଘନ କରିଥିବା ସାକିବୁଲ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି।
ଏହି ନିଲମ୍ବନ ଆଦେଶରୁ ସ୍ପଷ୍ଟ ହୋଇଛି ଯେ, ସେ ଆଗାମୀ ଭାରତ-ବାଲାଂଦେଶ ଗସ୍ତରେ ସାକିବ୍ ଅଲ୍ ହାସନ୍ ଖେଳି ପାରିବେ ନାହିଁ। ତାଙ୍କୁ ଏହି ଗସ୍ତ ପାଇଁ ପୂର୍ବରୁ ଅଧିନାୟକ ଭାବେ ନିଯୁକ୍ତି କରାଯାଇଥିଲା। ବାଂଲାଦେଶ ଟିମ୍ ଭାରତରେ ୩ ଟି-୨୦ ଅନ୍ତର୍ଜାତୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ର ଶୃଙ୍ଖଳା ଖେଳିବାକୁ ଅଛି। ସାକିବ୍ ଅଲ୍ ହାସନ୍ଙ୍କ ଉପରେ ଅଭିଯୋଗ ଥିଲା ଯେ, ବାଂଲାଦେଶ, ଶ୍ରୀଲଙ୍କା ଓ ଜିମ୍ବାେଓ୍ଵ ବିପକ୍ଷରେ ଜାନୁଆରିରେ ଖେଳାଯାଇଥିବା ତ୍ରିପାକ୍ଷୀକ ଶୃଙ୍ଖଳା ୨୦୧୮ ଓ ଆଇପିଏଲ ୨୦୧୮ରେ ସଟ୍ଟା ଖେଳାଳିଙ୍କ ସହିତ ସଂପର୍କ ଥିଲା।