ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ଆଇସିସି ଦିନିକିଆ ଖେଳାଳିଙ୍କ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। କୋହଲି ସର୍ବାଧିକ ୮୯୫ ପଏଣ୍ଟ୍ ସହ ବ୍ୟାଟ୍ସମ୍ୟାନ୍ଙ୍କ ମାନ୍ୟତାର ଶୀର୍ଷରେ ଦୃଢ଼ ରହିଥିଲା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୮୬୩ ପଏଣ୍ଟ) ଦ୍ବିତୀୟରେ ଅପରିବର୍ତିତ ରହିଛନ୍ତି। ସେହିପରି ବୋଲରଙ୍କ ମାନ୍ୟତାରେ ବୁମ୍ରା ୭୯୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ ନ୍ୟୁଜିଲାଣ୍ତ ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ (୭୪୦ ପଏଣ୍ଟ୍) ଦ୍ବିତୀୟରେ ଅଛନ୍ତି। ତେବେ ଦିନିକିଆ ଅଲ୍ରାଉଣ୍ଡର ମାନ୍ୟତା ତାଲିକାରେ ଏକମାତ୍ର ଭାରତୀୟ ଭାବେ ହାର୍ଦିକ୍ ପାଣ୍ଡ୍ୟା ଶୀର୍ଷ-୧୦ ମଧ୍ୟରେ ସ୍ଥାନ ଅକ୍ତିଆର କରିଛନ୍ତି। ପାଣ୍ଡ୍ୟା (୨୪୬ ପଏଣ୍ଟ୍) ଜିମ୍ବାୱେର ସିକନ୍ଦର ରାଜା (୨୪୬)ଙ୍କ ସହ ମିଳିତ ଭାବେ ଦଶମ ସ୍ଥାନରେ ରହିଥିଲା ବେଳେ ଇଂଲଣ୍ଡର ବିଶ୍ବକପ୍ ନାୟକ ବେନ୍ ଷ୍ଟୋକ୍ସ ୩୧୯ ପଏଣ୍ଟ୍ ସହ ଶୀର୍ଷରେ ରହିଛନ୍ତି। ଆଫ୍ଗାନିସ୍ତାନର ମହମ୍ମଦ ନବି (୩୦୭ ପଏଣ୍ଟ୍) ଦ୍ବିତୀୟରେ ଅଛନ୍ତି।
ଆଇସିସି ଦିନିକିଆ ମାନ୍ୟତା: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି ଓ ବୁମ୍ରା
/sambad/media/post_attachments/wp-content/uploads/2019/11/efdf546sd56g74sd89g74sd8g465sd4gsdf56g4sd564gs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)