ଦୁବାଇ: ଦକ୍ଷିଣ ଆଫ୍ରିକାର କ୍ରିକେଟ ଟିମ୍ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲର ତାଜା ର୍ୟାକିଂରେ ଭାରତକୁ ପଛରେ ପକାଇ ୧ ନମ୍ବର ଟିମ୍ ହୋଇଛି। ଆଇସିସି ଦ୍ୱାରା ଜାରି କରାଯାଇଥିବା ତାଜା ର୍ୟାଙ୍କିରୁ ଗୁରୁବାର ଏହା ଜଣାପଡ଼ିଛି।
ଦକ୍ଷିଣ ଆଫ୍ରିକା ୫୨ଟି ମ୍ୟାଚରେ ୬,୨୪୪ ଅଙ୍କ ହାସଲ କରି ଆଇସିସିର ର୍ୟାଙ୍କି ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ, ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ୨ୟ ଦିନିକିଆରେ ବିଜୟ ପରେ ଆଫ୍ରିକା ଶୀର୍ଷ ସ୍ଥାନ ହାସଲ କରିଛି।
ଟିମ୍ ଇଣ୍ଡିଆ ଗୋଟିଏ ସ୍ଥାନ ପଛକୁ ଫେରି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଭାରତ ୫୦ଟି ମ୍ୟାଚରେ ୫,୯୯୩ ଅଙ୍କ ପାଇ ଦକ୍ଷିଣ ଆଫ୍ରିକା ତଳକୁ ରହିଛି। ଅଷ୍ଟ୍ରେଲିଆକୁ ୪-୧ରେ ପରାସ୍ତ କରିବା ପରେ ଭାରତ କିଛିଦିନ ତଳେ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିଥିଲା।
ଭାରତୀୟ ଟିମ୍ ରବିବାର ଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଦିନିକିଆ ଶୃଙ୍ଖଳାର ମ୍ୟାଚ ଖେଳିବ। ପ୍ରଥମ ଦିନିକିଆ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଭାରତ ପୁଣି ଥରେ ୧ ନମ୍ବରକୁ ଫେରିବା ପାଇଁ ସୁଯୋଗ ରହିଛି।
ଆଇସିସି ର୍ୟାଙ୍କି
ଦକ୍ଷିଣ ଆଫ୍ରିକା-୧୨୦
ଭାରତ-୧୨୦
ଅଷ୍ଟ୍ରେଲିଆ-୧୧୪
ଇଂଲଣ୍ଡ-୧୧୪
ନ୍ୟୁଜିଲାଣ୍ଡ-୧୧୧
ପାକିସ୍ତାନ-୯୮
ବାଂଲାଦେଶ-୯୨
ଶ୍ରୀଲଙ୍କା-୮୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/sf.jpeg)