ଦୁବାଇ: ଭେଟେରାନ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ୍ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ୬ ୱିକେଟ୍ ନେଇଥିବା ଅଶ୍ବିନ ଦୁଇଟି ସ୍ଥାନ ଲମ୍ଫ ଦେଇ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ଙ୍କୁ ଗାଦିଚ୍ୟୁତ କରି ଏହି ସ୍ଥାନ ଅକ୍ତିଆର କରିଛନ୍ତି। ଦ୍ବିତୀୟ ଟେଷ୍ଟ୍ରେ ନ୍ୟୁଜିଲାଣ୍ଡଠୁ ଇଂଲଣ୍ଡ ପରାଜୟ ପରେ ଆଣ୍ଡରସନ୍ ଦ୍ବିତୀୟକୁ ଖସିଛନ୍ତି। ୩୬ ବର୍ଷୀୟ ଅଶ୍ବିନ ପ୍ରଥମ ଥର ଲାଗି ୨୦୧୫ରେ ଏକ ନମ୍ବରରେ ସ୍ଥାନ ହାସଲ କରିଥିଲେ। ଏହାପରେ ସେ ଅନେକ ଥର ଏହି ସ୍ଥାନ ଦଖଲ କରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ୧୦ ୱିକେଟ୍ ନେଇଥିବା ଜାଦେଜା ଅଷ୍ଟମକୁ ଉଠିଛନ୍ତି। ଉଭୟ ଜାଦେଜା ଓ ଅଶ୍ବିନ ଅଲ୍ରାଉଣ୍ଡର ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ବ୍ୟାଟିଂରେ ଅଷ୍ଟ୍ରେଲିଆର ମାର୍ନସ ଲବୁସାନେ ଓ ଷ୍ଟିଭ୍ ସ୍ମିଥ୍ ପ୍ରଥମ ଦୁଇ ସ୍ଥାନରେ ଥିଲା ବେଳେ ଇଂଲଣ୍ଡର ଜୋ ରୁଟ୍ ତୃତୀୟରେ ରହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp