କ୍ରିକେଟ୍‌: ‘ଡକଓ୍ଵର୍ଥ ଲୁଇସ’ ନିୟମରେ ହେବ ପରିବର୍ତ୍ତନ, ସେପ୍ଟେମ୍ବର ୩୦ରୁ ହେବ ଲାଗୁ

ଦୁବାଇ: ଇଣ୍ଟରନ୍ୟାସନାଲ୍ କ୍ରିକେଟ କାଉନ୍ସିଲ୍ (ଆଇସିସି) ଶନିବାର ‘ଡକଓ୍ଵର୍ଥ’ ଲୁଇସ ପଦ୍ଧତ୍ତି ଓ ଏଥି ପାଇଁ ଥିବା ଆଚରଣ ବିଧିକୁ ଅପଡେଟ କରିବାକୁ ଘୋଷଣା କରିଛି। ନୂତନ ନିୟମ ସେପ୍ଟେମ୍ବର ୩୦ରୁ ଲାଗୁ ହେବ। ଡକଓ୍ଵର୍ଥ ଲୁଇସ ପଦ୍ଧତିର ପ୍ରଚଳିତ ସଂସ୍କରଣ ୨୦୧୪ରେ ଆରମ୍ଭ କରାଯାଇଥିଲା, ଯାହାକି ୭୦୦ ଦିନିକିଆ ଓ ୪୨୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିଲା।

ଆଇସିସି, ପୁଣି ଥରେ ସ୍ପଷ୍ଟ କରିଛି ଯେ, ଡିଏଲଏସ ସିଷ୍ଟମର ଏକ ନୂତନ ସଂସ୍କରଣ ସମସ୍ତ ଫର୍ମାଟ ପାଇଁ ଅନୁକୂଳ। କ୍ରିକେଟ ପରିଚାଳକ ସଂସ୍ଥା, ଖେଳାଳି ଓ ସହଯୋଗୀ ଷ୍ଟାଫଙ୍କ ପାଇଁ ଥିବା ଆଚରଣ ବିଧିରେ ନୂତନ ନିୟମ ଯୋଡ଼ିଛନ୍ତି। ବର୍ତ୍ତମାନର କିଛି ତ୍ରୁଟି ସ୍ଥାନରେ ଖେଳାଳି ଓ ଷ୍ଟାଫଙ୍କୁ ଜରିମାନା ଦେବାକୁ ପଡ଼ିବ।

ବିଶ୍ୱକପ ଏକ ବର୍ଷରୁ ମଧ୍ୟ କମ ସମୟ ଅଛି। ସେଥିପାଇଁ ଆଇସିସି ବର୍ତ୍ତମାନ ବଡ ଧରଣର ପରିବର୍ତ୍ତନ କରି ନାହିଁ, ଯାହାବି ନିୟମ ପରିବର୍ତ୍ତନ କରାଯାଇଛି, ତାହା ସେପ୍ଟେମ୍ବର ୩୦ରୁ ଲାଗୁ ହୋଇଯିବ। ନିୟମ ପରିବର୍ତ୍ତନ ପରେ କିମ୍ବରଲେରେ ଦକ୍ଷିଣ ଆଫ୍ରିକା ଓ ଜ଼ିମ୍ବାୱେ ମଧ୍ୟରେ ପ୍ରଥମ ମୁକାବିଲା ହେବ।

 

ସମ୍ବନ୍ଧିତ ଖବର