ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ଏଣିକି ଟେଷ୍ଟ ବିଶ୍ୱ ଚମ୍ପିଅନସିପ୍ ଓ ଦିନିକିଆ ଲିଗ ଭଳି ଟୁର୍ଣ୍ଣାମେଣ୍ଟ ହେବ। ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେଭ ରିଚାର୍ଡସନ୍ ଶୁକ୍ରବାର ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ବିଗତ କିଛି ବର୍ଷ ହେବ ଆଇସିସି ଦ୍ୱିପାକ୍ଷିକ ଶୃଙ୍ଖଳାକୁ ଆହୁରି ରୋମାଞ୍ଚକ କରିବା ପାଇଁ ଉଦ୍ୟମ କରାଯାଉଥିଲା। ଆଇସିସିର ଅଧ୍ୟକ୍ଷ ଶଶାଙ୍କ ମନୋହର କହିଛନ୍ତି, କ୍ରିକେଟକୁ ଆହୁରି ରୋମାଞ୍ଚକର ଓ ଆଗ୍ରହଯୁକ୍ତ କରିବାକୁ ନେଇ ଏଭଳି ନିଷ୍ପତ୍ତି ହୋଇଛି। କ୍ରିକେଟ ପ୍ରେମୀ, ପ୍ରଯୋଜକ ଓ ପ୍ରସାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ନୂଆଁ ବ୍ୟବସ୍ଥା କରାଯାଇଛି।
/sambad/media/post_attachments/wp-content/uploads/2017/10/ckt2-300x205.jpg)
-ଟେଷ୍ଟ ଚମ୍ପିଅନସିପ୍ରେ ୯ଟି ଟିମ୍ ଭାଗ ନେବେ। ସେହିଭଳି ଦିନିକିଆ ଲିଗରେ ଦଳ ସଂଖ୍ୟା ୧୩ ହେବ।
-ଟେଷ୍ଟ ୨୦୧୯ରେ ଆରମ୍ଭ ହେବାକୁ ଥିବା ବେଳେ, ଦିନିକିଆ ଲିଗ ୨୦୨୦ରୁ ଖେଳାଯିବ।
-ଟେଷ୍ଟ ଲିଗର ସମସ୍ତ ଟିମ ୨ବର୍ଷରେ ୬ଟି ଶୃଙ୍ଖଳା ଖେଳିବେ। ଏଥିରେ ଗୋଟିଏ ଶୃଙ୍ଖଳାରେ ୨ଟି ମ୍ୟାଚ ଖେଳିବେ।
-ଗୋଟିଏ ଟିମ ନିଜର ଘରୋଇ ପଡ଼ିଆରେ ୩ଟି ଶୃଙ୍ଖଳା ଖେଳିବେ ଓ ବାକି ମ୍ୟାଚକୁ ବିଦେଶରେ ଖେଳିବେ।
କ୍ରିକେଟକୁ ଆହୁରି ରୋମାଞ୍ଚକର ଓ ଆଗ୍ରହଯୁକ୍ତ କରିବାକୁ ନେଇ ଏଭଳି ନିଷ୍ପତ୍ତି ହୋଇଛି। କ୍ରିକେଟ ପ୍ରେମୀ, ପ୍ରଯୋଜକ ଓ ପ୍ରସାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ନୂଆଁ ବ୍ୟବସ୍ଥା କରାଯାଇଛି।
-ଶଶାଙ୍କ ମନୋହର. ଅଧ୍ୟକ୍ଷ, ଆଇସିସିର
ଦିନିକିଆ ଲିଗ ହେବ ଏମିତି
- ନୂଆ ଦିନିକିଆ ଲିଗ ଜରିଆରେ ବିଶ୍ୱ କପକୁ ଯୋଗ୍ୟତା ଅର୍ଜନ କରିବାକୁ ଟିମକୁ ସୁବିଧା ହେବ। ୨୦୨୩ରେ ହେବାକୁ ଥିବା ବଶ୍ୱ କପ ଦିନିକିଆ ଲିଗର ଫଳାଫଳ ଆଧାରରେ ପ୍ରବେଶ ମିଳିବ।
- ଦିନିକିଆ ଲିଗରେ ୧୩ଟି ଟିମ ୮ ଶୃଙ୍ଖଳା ଖେଳିବେ। ଗୋଟିଏ ଶୃଙ୍ଖଳାରେ ୩ଟି ମ୍ୟାଚ ହେବ।
- ଦିନିକିଆ ର୍ୟାଙ୍କିଙ୍ଗରେ ଶୀର୍ଷ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏଥିରୁ ଗୋଟିଏ ଟିମକୁ ଆଇସିସି ଓ୍ଵାଲର୍ଡ କ୍ରିକେଟ ଲିଗ ଚମ୍ପିଅନସିପର ବିଜେତା ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/icc.jpg)
କ୍ରିକେଟକୁ ଆହୁରି ରୋମାଞ୍ଚକର ଓ ଆଗ୍ରହଯୁକ୍ତ କରିବାକୁ ନେଇ ଏଭଳି ନିଷ୍ପତ୍ତି ହୋଇଛି। କ୍ରିକେଟ ପ୍ରେମୀ, ପ୍ରଯୋଜକ ଓ ପ୍ରସାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ନୂଆଁ ବ୍ୟବସ୍ଥା କରାଯାଇଛି।