ଦୁବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆସନ୍ତା ଫେବ୍ରୁଆରି ୧୫ ତାରିଖରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ରାଜି କରାଇବାରେ ଆଇସିସି ସଫଳ ହୋଇଛି। ଏଥିପାଇଁ ଆଇସିସି ପକ୍ଷରୁ ପିସିବିକୁ କେତେକ ରିହାତି ପ୍ରଦାନ କରାଯାଇଛି। ତେବେ କଣ ସବୁ ରିହାତି ପ୍ରଦାନ କରାଯାଇଛି ତାହା ଆଇସିସି ପକ୍ଷରୁ ବିଶ୍ବକପ୍ ଶେଷ ହେବା ପରେ ପ୍ରକାଶ କରାଯିବ।
ସୋମବାର ଉଭୟ ପିସିବି ଓ ଆଇସିସି ପକ୍ଷରୁ ପ୍ରକାଶିତ ବୟାନରେ କୌଣସି ରିହାତି କଥା କୁହାଯାଇନଥିଲା। ଆଇସିସି ବୟାନରେ କେବଳ ବାଂଲାଦେଶ କଥା କୁହାଯାଇଥିଲା। ବାଂଲାଦେଶ ଉପରେ କୌଣସି କଟକଣା ଲଗାଯିବ ନାହିଁ ଓ ୨୦୨୮-୨୦୩୧ ସାଇକ୍ଲରେ ବାଂଲାଂଦେଶକୁ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ, ସମ୍ଭବତଃ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ବକପ୍, ଆୟୋଜନ ଦାୟିତ୍ବ ପ୍ରଦାନ କରାଯିବ। ସେପଟେ ପିସିବି ପକ୍ଷରୁ କେବଳ କୁହାଯାଇଥିଲା ଯେ କେତେକ ଆଇସିସି ସଦସ୍ୟ ରାଷ୍ଟ୍ରଙ୍କ ଅନୁରୋଧ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କ ଦ୍ବାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ପାକିସ୍ତାନ ଖେଳିବାକୁ ରାଜି ହୋଇଥିଲା।
ଆହୁରି ପଢ଼ନ୍ତୁ: Neglected: ଡାକ୍ତରଙ୍କ ଗୁରୁତର ଅବହେଳା: ୪ ମାସରୁ ଉର୍ଦ୍ଧ୍ବ ଅସହ୍ୟ ଯନ୍ତ୍ରଣା ଭୋଗିଲେ ପୀଡ଼ିତା
ପୂର୍ବରୁ ଚର୍ଚ୍ଚା ହୋଉଥିଲା ଯେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ପାଞ୍ଚଟି ଦାବି ରଖିଥିଲେ ବି ଆଇସିସି କୌଣସି ଗୋଟିଏରେ ରାଜି ହୋଇନଥିଲା। ଏହାପରେ ପିସିବି ମୁଖ୍ୟ ମୋହସିନ ନକ୍ଭୀ ନିଷ୍ପତ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଛାଡ଼ିଥିଲେ। ସେହିପରି ଶ୍ରୀଲଙ୍କା ବୋର୍ଡ ଓ ୟୁଏଇ ବୋର୍ଡ ମଧ୍ୟ ପାକିସ୍ତାନକୁ ଖେଳିବାକୁ ଅନୁରୋଧ କରିଥିଲେ। ଏସବୁକୁ ଦୃଷ୍ଟିରେ ରଖି ପାକିସ୍ତାନ ଖେଳିବାକୁ ରାଜି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/10/10bbs_66_10022026_112-2026-02-10-20-08-31.jpg)