ଆଇସିସିର କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲା ଜିମ୍ବାୱେ କ୍ରିକେଟ୍‌

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ବାର୍ଷିକ ବୈଠକ ଗୁରୁବାର ଶେଷ ହୋଇଛି। ବୈଠକରେ ଆଇସିସି ଜିମ୍ବାୱେ କ୍ରିକେଟ୍‌ ବୋର୍ଡକୁ ଜରୁରୀକାଳୀନ ଭିତ୍ତିରେ ନିଲମ୍ବିତ କରିଛି। ଆଇସିସି ନିଜର ନିଷ୍ପତ୍ତି ନେଇ ବୟାନ ଜାରି କରି କହିଛି, ଜିମ୍ବାୱେ କ୍ରିକେଟ୍‌ ଗଣତାନ୍ତ୍ରିକ ପଦ୍ଧତିରେ ନିରପେକ୍ଷ ନିର୍ବାଚନ କରିବାକୁ ପ୍ରସ୍ତୁତ ରହିବା ଓ କ୍ରିକେଟ ପ୍ରଶାସନରେ ସରକାରଙ୍କ ହସ୍ତକ୍ଷେପକୁ ଦୂରରେ ରଖିବାରେ ବିଫଳ ହୋଇଛି।

ନିଲମ୍ବନ ପରେ ଜିମ୍ବାୱେ କ୍ରିକେଟକୁ ଏବେ ଆଇସିସିରୁ ପାଣ୍ଠି ମିଳିବ ନାହିଁ। ଜିମ୍ବାୱେର ଟିମ୍‌ ଆଇସିସିର ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବ ନାହିଁ। ଏତଦ ବ୍ୟତୀତ ଚଳିତ ବର୍ଷ ଅକ୍ଟୋବରରେ ପୁରୁଷ ଟି୨୦ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟର ମ୍ୟାଚ୍‌ ଗୁଡ଼ିକରେ ଅଂଶଗ୍ରହଣ କରିପାରିବ ନାହିଁ।

Zee News

ଆଇସିସି କହିଛି, ଜିମ୍ବାୱେ କ୍ରିକେଟ୍‌ ବୋର୍ଡର ପୁଣି ଥରେ ନିର୍ବାଚନ ହେବ ଏବଂ ଏହାର ବିକାଶ ନେଇ ଅକ୍ଟେବରରେ ହେବାକୁ ଥିବା ବୋର୍ଡର ବୈଠକରେ ସମୀକ୍ଷା କରାଯିବ। ନିଷ୍ପ୍‍ତ୍ତି ନେଇ ଆଇସିସିର ଚେୟାରମ୍ୟାନ୍‌ ଶଶାଙ୍କ ମନୋହର କହିଛନ୍ତି, ଆମେ କୌଣସି ସଦସ୍ୟକୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ହାଲୁକା ଭାବରେ ନିଆଯାଏ ନାହିଁ। ଆମେ ଖେଳକୁ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରଖିବାକୁ ଚାହୁଁଛୁ। ଜିମ୍ବାୱେରେ ଯାହା ହୋଇଛି, ଏହା ଆଇସିସି ସମ୍ବିଧାନର ଉଲଂଘନ କୁହାଯିବ ଏବଂ ଆମେ ଏହାକୁ ଅନିୟନ୍ତ୍ରିତ ଭାବେ ଜାରି ରଖିବାକୁ ଅନୁମତି ଦେଇ ପାରିବୁ ନାହିଁ।

ସମ୍ବନ୍ଧିତ ଖବର