ଆଇସିସି ‘ଟି-୨୦ ଟିମ ଅଫ ଦି ଇଅର୍-୨୦୨୨’, ଭାରତରୁ ବିରାଟ, ହାର୍ଦ୍ଦିକ ଓ ସୂର୍ଯ୍ୟ ; ସ୍ଥାନ ପାଇଲେନି ବାବର

ମୁମ୍ବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି  ପକ୍ଷରୁ ୨୦୨୨ର ଟି-୨୦ ଟିମ୍ ଅଫ୍ ଦି ଇୟର ଘୋଷଣା କରାଯାଇଛି । ଏଥିରେ ଭାରତରୁ ୩ ଜଣ ଖେଳାଳି ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ନାମ ରହିଛି । କିନ୍ତୁ ପାକିସ୍ତାନର ପ୍ରମୁଖ ବ୍ୟାଟସମ୍ୟାନ ତଥା ପାକିସ୍ତାନ ଦଳର ଅଧିନାୟକ ବାବର ଆଜମଙ୍କୁ ସ୍ଥାନ ମିଳି ନାହିଁ । ପାକିସ୍ତାନରୁ ମହମ୍ମଦ ରିଜୱାନ ପାକିସ୍ତାନରୁ ଦଳରେ ସ୍ଥାନ ପାଇଛନ୍ତି ।

ଆଇସିସି ଦ୍ୱାରା ମନୋନୀତ ଦଳରେ ଇଂଲଣ୍ଡର ଜସ୍ ବଟଲର ୱିକେଟ୍ କିପର / ଓପନର ଭାବରେ ମନୋନୀତ ହୋଇଥିବାବେଳେ ମହମ୍ମଦ ରିଜୱାନଙ୍କୁ ଓପନର ଭାବେ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । ବିରାଟ କୋହଲି ୩ ନମ୍ବର ଏବଂ ସୂର୍ଯ୍ୟକୁମାର ଯାଦବ ୪ ନମ୍ବରରେ ସ୍ଥାନ ପାଇଛନ୍ତି ।

ଏହା ବ୍ୟତୀତ ଗ୍ଲେନ୍ ଫିଲିପ୍ସ ୫ ନମ୍ବରରେ ନିଜର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ଜିମ୍ବାୱେର ସିକନ୍ଦର ରଜା ୬ ନମ୍ବର ସ୍ଥାନରେ ସ୍ଥାନ ପାଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରଜାଙ୍କୁ ଏହି ଦଳରେ ଅଲରାଉଣ୍ଡର ଭାବରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଦଳରେ ସାମ୍ କୁରାନ୍, ୱାନିନ୍ଦୁ ହାସାରଙ୍ଗା ମଧ୍ୟ ଅନ୍ତର୍ଭୁକ୍ତ । ହରିସ୍ ରଉଫ୍ ଏବଂ ଜୋସ୍ ଲିଟିଲ୍ ମଧ୍ୟ ଆଇସିସି ଟି-୨୦ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ।

ଗତ ଟି-୨୦ ବିଶ୍ୱକପ୍ ୨୦୨୨ରେ ବାବରଙ୍କ ଫର୍ମ ବହୁତ ଖରାପ ଥିଲା । ଏହି କାରଣରୁ ପାକିସ୍ତାନୀ ଅଧିନାୟକ ଏହି ଦଳରେ ନିଜର ସ୍ଥାନ ପାଇବାରେ ସକ୍ଷମ ହୋଇନାହାଁନ୍ତି ବୋଲି କୁହାଯାଉଛି ।

 

ସମ୍ବନ୍ଧିତ ଖବର