ଆଇସିସି ଦଳରେ ମିତାଲି, ଏକ୍‌ତା, ହର୍‌ମନ୍‌ପ୍ରୀତ୍‌

ଦୁବାଇ: ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଗୁରୁବାର ଚଳିତ ବର୍ଷର ଶ୍ରେଷ୍ଠ ଦୁଇଟି (ଦିନିକିଆ ଓ ଟେ୍ଵଣ୍ଟି-୨୦) ମହିଳା ଦଳ ଘୋଷଣା କରିଛି। ଏହି ଦୁଇଟି ଦଳରେ ତିନି ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ବାମହାତୀ ସ୍ପିନର ଏକ୍‌ତା ବିସ୍ତ ଏକମାତ୍ର ଭାରତୀୟ ଭାବେ ଉଭୟ ଦଳରେ ସ୍ଥାନ ଅକ୍ତିଆର କରିଥିଲା ବେଳେ ଅଧିନାୟିକା ମିତାଲି ରାଜ୍‌ ଦିନିକିଆ ଦଳରେ ଏବଂ ଉପଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର ଟେ୍ଵଣ୍ଟି-୨୦ ଦଳରେ ସାମିଲ ହୋଇଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୧ ତାରିଖରୁ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାରକୁ ନେଇ ଦଳ ଘୋଷଣା କରାଯାଇଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଇଂଲଣ୍ଡ ଅଧିନାୟିକା ହିଦର୍‌ ନାଇଟ୍‌ ଏବଂ େଓ୍ଵଷ୍ଟଇଣ୍ଡିଜ୍‌ ଅଧିନାୟିକା ଷ୍ଟାଫାନି ଟେଲର ଯଥାକ୍ରମେ ଆଇସିସିର ଦିନିକିଆ ଓ ଟେ୍ଵଣ୍ଟି-୨୦ ଦଳର ନେତୃତ୍ୱ ଅର୍ପଣ କରାଯାଇଛି।

ସମ୍ବନ୍ଧିତ ଖବର