ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ: ପ୍ରଥମ ଥର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଲେ ଯଶପ୍ରୀତ ବୁମରା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଆଣ୍ଟିଗୁଆ ଟେଷ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ପରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ର‍୍ୟାଙ୍କିଙ୍ଗର ଶ୍ରେଷ୍ଠ ୧୦ ବୋଲର ତାଲିକାରେ ସାମିଲ ହୋଇପାରିଛନ୍ତି। ବୁମରା ରବିବାର ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟର ଶେଷ ପାଳିରେ ୫ଟି ଓ୍ଵିକେଟ ନେଇଥିଲେ। ଏହା ତାଙ୍କର ଟେଷ୍ଟ କ୍ୟାରିୟରର ୪ର୍ଥ ସୁଯୋଗ ଥିଲା। ପୂର୍ବରୁ ସେ ତିନିଥର ଗୋଟିଏ ପାଳିରେ ୫ଟି ଅଥବା ଅଧିକ ଓ୍ଵିକେଟ ନେଇଥିଲେ। ବୁମରାଙ୍କ ଘାତକ ବୋଲିଂ ଯୋଗୁଁ ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ପାଳିରେ ୧୦୦ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଶେଷ କରିବା ପରେ ୱେଷ୍ଟଇଣ୍ଡିଜ୍‌ କୁ ପ୍ରଥମ ଟେଷ୍ଟ ବିଜୟ ପାଇଁ ୪୧୯ ରନ୍‌ ଟାର୍ଗେଟ ମିଳିଥିଲା। ଏହି ଟେଷ୍ଟକୁ ଭାରତ ୪ର୍ଥ ଦିନରେ ୩୧୮ ରନ୍‌ରେ ଜିତିଥିଲା।

ଏଥି ସହିତ ବୁମରା ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ରେ ଗୋଟିଏ ପାଳିରେ ୫ ଓ୍ଵିକେଟ ନେବା ମାମଲାରେ ପ୍ରଥମ ଏସୀୟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି। ବୁମରା ଏକ ଥରକେ ୯ଟି ସ୍ଥାନ ଉନ୍ନୀତ ହୋଇ ଟେଷ୍ଟ ର‍୍ୟାଙ୍କିଙ୍ଗର ୭ମ ସ୍ଥାନରେ ପହଞ୍ଚିଛନ୍ତି।

Zee News

ଭାରତୀୟ ବ୍ୟାଟ୍‌ସମ୍ୟାନ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉନ୍ନୀତ ହୋଇ ୧୦ମ ସ୍ଥାନରେ ପହଞ୍ଚିଛନ୍ତି। ରାହାଣେ ଆଣ୍ଟିଗୁଆ ଟେଷ୍ଟରେ କ୍ୟାରିୟରର ୧୦ମ ଶତକ ହାସଲ କରିଛନ୍ତି।

ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପେଟ କମିନ୍‌ସ (୯୦୮ ପଏଣ୍ଟ) ଏବେ ବି ଟେଷ୍ଟ ର‍୍ୟାଙ୍କିର ଶୀର୍ଷ ସ୍ଥାନରେ ଅଛନ୍ତି। ତାଙ୍କ ତଳକୁ ଦକ୍ଷିଣ ଆଫ୍ରିକାର ବୋଲର କାଗିସୋ ରାବଡ଼ା (୮୫୧ ପଏଣ୍ଟ) ଓ ତୃତୀୟ ସ୍ଥାନରେ ଇଂଲଣ୍ଡର ବୋଲର ଜେମ୍ସ ଆଣ୍ଡରସନ (୮୧୪ ପଏଣ୍ଟ)। ନ୍ୟୁଜିଲାଣ୍ଡର ବାମହାତୀ ବୋଲର ପୁଣି ଥରେ ଶ୍ରେଷ୍ଠ ୫ରେ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର