ଆଇସିସି ର‍୍ୟାଙ୍କିଙ୍ଗ୍‌: ନଂ ୧ ସ୍ଥାନ ଅକ୍ଷୁର୍ଣ୍ଣ ରଖି ରେଟିଂ ମଜବୁତ୍‌ କଲେ କୋହଲି

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ସଦ୍ୟତମ ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ଅକ୍ଷୁର୍ଣ୍ଣ ରଖିଛନ୍ତି। ଯୁବ ଓ୍ଵିକେଟ୍‌କିପର ବ୍ୟାଟସ୍‌ମ୍ୟାନ୍‌ ଋଷଭ ପନ୍ତ ଏବଂ ଦ୍ରୁତ ବୋଲର ଯସପ୍ରୀତ ବୁମରା ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ର‍୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। କୋହଲିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥରେ ୨ୟ ଟେଷ୍ଟରେ ପ୍ରଥମ ଇନିଂସରେ ୧୨୩ ରନ ସଂଗ୍ରହ କରିବା ଯୋଗୁଁ ୧୪ ପଏଣ୍ଟ ମିଳିଛି। ତାଙ୍କର ମୋଟ୍‌ ୯୩୪ ପଏଣ୍ଟ ହୋଇଯାଇଛି। ଦ୍ୱିତୀୟ ସ୍ଥାନରେ ନିଜକୁ ସାମିଲ କରିଥିବା ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମ୍‌ସନ୍‌ ୧୯ ରନ୍‌ ପଛରେ ଅଛନ୍ତି। ପର୍ଥ ଟେଷ୍ଟ ମ୍ୟାଚ ୧୪୬ ରନରେ ବିଜୟୀ ଅଷ୍ଟ୍ରେଲିଆ ୪ ମ୍ୟାଚ ଶୃଙ୍ଖଳାକୁ ୧-୧ରେ ସମାନ କରି ଦେଇଛି।

ଆଇସିସି ର‍୍ୟାଙ୍କିଙ୍ଗ୍‌: ଟେଷ୍ଟରେ ୧୦ ବ୍ୟାଟସ୍‌ମ୍ୟାନ୍‌

୧) ବିରାଟ କୋହଲି (ଭାରତ) ୯୩୪
୨) କେନ ଓ୍ଵିଲିୟମସନ୍‌ (ନ୍ୟୁଜିଲାଣ୍ଡ) ୯୧୫
୩) ଷ୍ଟିଭ୍‌ ସ୍ମିଥ (ଅଷ୍ଟ୍ରେଲିଆ) ୮୯୨
୪) ଚେତେଶ୍ୱର ପୂଜାରା (ଭାରତ) ୮୧୬
୫) ଜୋଏ ରୁଟ (ଇଂଲଣ୍ଡ) ୮୦୭
୬) ଡେଭିଡ ଓ୍ଵାର୍ଣ୍ଣର (ଅଷ୍ଟ୍ରେଲିଆ) ୭୮୭
୭) ଦିମୁଥ କରୁଣାତତ୍ନେ (ଶ୍ରୀଲଙ୍କା) ୭୫୨
୮) ଡିନ ଏଲଗର୍‌ (ଦକ୍ଷିଣ ଆଫ୍ରିକା) ୭୨୪
୯) ହେନରୀ ନିକୋଲସ୍‌ (ନ୍ୟୁଜିଲାଣ୍ଡ) ୭୦୮
୧୦) ଅଜହର ଅଲି (ପାକିସ୍ତାନ) ୭୦୮

ଆଇସିସି ର‍୍ୟାଙ୍କିଙ୍ଗ୍‌: ଟେଷ୍ଟରେ ୧୦ ବୋଲର୍‌

୧) କାଗିସୋ ରବାଡା (ଦକ୍ଷିଣ ଆଫ୍ରିକା) ୮୮୨
୨) ଜେସମ୍‌ ଆଣ୍ଡରସନ୍‌ (ଇଂଲଣ୍ଡ) ୮୭୪
୩) ବରନାନ୍‌ ଫିଲେଣ୍ଡର (ଦକ୍ଷିଣ ଆଫ୍ରିକା) ୮୨୬
୪) ମହମ୍ମଦ ସାମି (ଭାରତ) ୮୨୧
୫) ରବୀନ୍ଦ୍ର ଜାଦେଜା (ଭାରତ) ୭୯୬
୭) ରବିଚନ୍ଦ୍ରନ ଅଶ୍ୱିନ (ଭାରତ) ୭୭୮
୮) ନାଥନ ଲାୟନ (ଅଷ୍ଟ୍ରେଲିଆ) ୭୬୬
୯) ପେଟ୍‌ କମିନସ୍‌ (ଅଷ୍ଟ୍ରେଲିଆ) ୭୬୧
୧୦) ଜୋସ୍‌ ହେଜଲଉଡ (ଅଷ୍ଟ୍ରେଲିଆ) ୭୫୮
୧୦) ୟାସିର ଶାହ (ପାକିସ୍ତାନ) ୭୫୭

ସମ୍ବନ୍ଧିତ ଖବର