୨୦୨୧ ପାଇଁ ଆଇସିସିର ଶ୍ରେଷ୍ଠ ୧୧ ଜଣିଆ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି ଭାରତର ଏହି ୩ ଖେଳାଳି

ମୁମ୍ବାଇ: ଆଇସିସି ୨୦୨୧ ମସିହା ପାଇଁ ଶ୍ରେଷ୍ଠ ୧୧ ଜଣିଆ ଟେଷ୍ଟ ଦଳର ଘୋଷଣା କରି ଦେଇଛି । ଏହି ୧୧ ଜଣିଆ ଟେଷ୍ଟ ଦଳରେ ୩ ଜଣ ଭାରତୀୟ ଖେଳାଳି ଓପନର ରୋହିତ ଶର୍ମା, ଓ୍ଵିକେଟ ରକ୍ଷକ ବ୍ୟାଟର୍ ରିଷଭ୍ ପନ୍ତ ଓ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ଵିନ ସ୍ଥାନ ପାଇଛନ୍ତି । ଆଇସିସି ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ କୁହାଯାଉଥିବା କେନ୍ ଉଇଲିୟମସନଙ୍କୁ ଏହି ଶ୍ରେଷ୍ଠ ଟେଷ୍ଟ ଦଳର ଅଧିନାୟକ ନିଯୁକ୍ତ କରିଛି । ୨୦୨୧ ରେ କେନ୍ ଉଇଲିୟମସନଙ୍କ ଅଧିନାୟକତ୍ଵରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇ ଟେଷ୍ଟ ଚମ୍ପିଆନସିପରେ ଚମ୍ପିଆନ୍ ହୋଇଥିଲା । ଉଇଲିୟମସନ୍ ୨୦୨୧ ରେ ୪ଟି ଟେଷ୍ଟ ଖେଳି ୪୬.୦୩ ହାରରେ ୩୯୫ ରନ୍ କରିଥିଲେ ।

ଏହି ୧୧ ଜଣିଆ ଦଳରେ ଭାରତର ୩ ଜଣ ଖେଳାଳିଙ୍କ ବ୍ୟତୀତ ପାକିସ୍ତାନର ୩, ନ୍ୟୁଜିଲାଣ୍ଡର ୨, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାର ଜଣେ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଛି । ତେବେ ୨୦୨୧ ପାଇଁ ଘୋଷଣା କରାଯାଇଥିବା ବିଶ୍ଵର ଶ୍ରେଷ୍ଠ ୧୧ ଜଣିଆ ଦିନିକିଆ ଓ ଟି୨୦ ଦଳରେ ଭାରତର କୌଣସି ଖେଳାଳି ଖେଳାଳିଙ୍କର ନାମ ନାହିଁ ।

ରୋହିତ ଶର୍ମା ୨୦୨୧ ରେ ୨୧ଟି ଟେଷ୍ଟ ଇଂନିସ ଖେଳି ୯୦୬ ରନ୍ ସଂଗ୍ରହ କରିଥିଲେ । ରିଷଭ୍ ପନ୍ତ ୧୨ଟି ଟେଷ୍ଟ ଖେଳି ୩୯.୩୬ ହାରରେ ୭୪୮ ରନ୍ କରିଥିଲେ । ରବିଚନ୍ଦ୍ରନ ଅଶ୍ଵିନ ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରି ୯ଟି ଟେଷ୍ଚରେ ୩୫୫ ରନ କରିବା ସହ ୫୪ଟି ଓ୍ଵିକେଟ୍ ଅକ୍ତିଆର କରିଥିଲେ ।

ଏହି ଖେଳାଳିମାନେ ଆଇସିସିର ଶ୍ରେଷ୍ଠ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି –
ଡିମୁଥ୍ କରୁଣାରତ୍ନେ
ରୋହିତ ଶର୍ମା
ମାର୍ନସ୍ ଲାବୁସ୍ଚାଗ୍ନେ
ଜୋଏ ରୁଟ୍
କେନ୍ ଓ୍ଵିଲିୟମସନ(ଅଧିନାୟକ)
ଫଓ୍ଵାଦ୍ ଆଲମ୍
ରିଷଭ୍ ପନ୍ତ
ରବିଚନ୍ଦ୍ରନ ଅଶ୍ଵିନ୍
କିଲ୍ ଜାମିସନ୍
ରବିଚନ୍ଦ୍ରନ୍ ଅଶ୍ଵିନ୍
ହାସନ୍ ଅଲି
ଶାହିନ୍ ଆଫ୍ରିଦି

ସମ୍ବନ୍ଧିତ ଖବର