୨୦୨୨କୁ ଘୁଞ୍ଚିପାରେ ଆଇସିସି ଟି-୨୦ ବିଶ୍ବକପ, ଚଳିତ ମାସରେ ନିଷ୍ପତ୍ତି

ମୁମ୍ବାଇ : କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ  ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି । ଏହି ବିଶ୍ବକପକୁ ୨୦୨୨କୁ ଘୁଞ୍ଚାଇଦେବାକୁ ଆଇସିସି ବିଚାର କରୁଛି ।

ଚଳିତ ମାସ ୨୮ ତାରିଖରେ ଆଇସିସି ବୋର୍ଡ ବୈଠକରେ ଏ ସଂପର୍କରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଏହି ବୈଠକରେ ଆଇସିସି ଇଭେଣ୍ଟ କମିଟିର ଅଧ୍ୟକ୍ଷ କ୍ରିସ ଟେଟଲି ୩ଟି ପ୍ରସ୍ତାବ ରଖିପାରନ୍ତି । ପ୍ରଥମ ପ୍ରସ୍ତାବ ଅନୁସାରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ କିନ୍ତୁ ଖାଲି ଷ୍ଟାଡିୟମରେ ହେବ । ୨ୟ ପ୍ରସ୍ତାବ ଅନୁସାରେ ଖେଳାଳୀଙ୍କୁ ୧୪ ଦିନିଆ କ୍ବାରାଣ୍ଟାଇନ ରଖିବା ପରେ ଖେଳ ହେବ । ୩ୟ ପ୍ରସ୍ତାବ ଅନୁସାରେ  ବିଶ୍ବକପକୁ ୨୦୨୨ କୁ ଘୁଞ୍ଚାଇବା ।

ଏହି ବୈଠକ ପୂର୍ବରୁ ଆଇସିସି କ୍ରିକେଟ କମିଟିର ଆଉ ଏକ ବୈଠକ ବସି ଖେଳ ଉପରେ କରୋନା ସଂକଟର ପ୍ରଭାବ ସଂପର୍କରେ ଆଲୋଚନା ହେବ । କ୍ରିକେଟ ବଲରେ ଝାଳ ବା ଲାଳ ମାରି ଘସିବାକୁ ଅନେକ ଆପତ୍ତି ଉଠାଉଥିବାରୁ ସେ ସଂପର୍କରେ ଆଲୋଚନା ହେବ ।

 

ସମ୍ବନ୍ଧିତ ଖବର