କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍ରୁ ଦୁର୍ନୀତିର ମୂଳୋତ୍ପାଟନ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅନୁରୋଧ କରିଛି। ନିକଟ ଅତୀତରେ ଶ୍ରୀଲଙ୍କା କ୍ରିକେଟ୍ରେ ସ୍କାଣ୍ଡାଲ, ମ୍ୟାଚ୍ ଫିକ୍ସିଂ ଆଦିର ଅଭିଯୋଗ ଆସିବା ପରେ ଆଇସିସି ଏବେ ଏହାର ତଦନ୍ତ କରୁଛି। କ୍ରିକେଟ୍କୁ ସ୍ବଚ୍ଛ କରିବା ଲାଗି ଖେଳାଳି, ପ୍ରଶିକ୍ଷକ ଏବଂ ଅନ୍ୟମାନଙ୍କଠାରୁ ଖୋଲାସା ଓ ପରାମର୍ଶ ଆହ୍ବାନ ଲାଗି ଆଇସିସି ଏକ ୧୫ ଦିନିଆ ରାଜକ୍ଷମା ଅଭିଯାନ ଆରମ୍ଭ କରିଛି। ଯାହାକି ଆସନ୍ତା ଗୁରୁବାର ଶେଷ ହୋଇଯିବ। ଏହି ଅବସରରେ ନିଜ ଆଡ଼ୁ ଘୋଷଣା କରିନଥିଲେ ଭବିଷ୍ୟତରେ ଦୁର୍ନୀତି ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କା କ୍ରିକେଟ୍ (ଏସଏଲ୍ସି) ୯ ମାସର ବିଳମ୍ବ ପରେ ଫେବ୍ରୁଆରିରେ ନିର୍ବାଚନକୁ ଯିବାର ସମ୍ଭାବନା ରହିଛି। ସଭାପତି ଥିଲଙ୍ଗା ସୁମତିପଲା ଆଇସିସି ନିୟମ ଉଲ୍ଲଂଘନ କରି ୯ ମାସ ହେବ ପଦ ମାଡି ବସିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଅଧିନାୟକ ସନଥ ଜୟସୁରିଆ ତଦନ୍ତରେ ସହଯୋଗ କରୁନଥିବା ବେଳେ ପୂର୍ବତନ ଦ୍ରୁତ ବୋଲର ନୁୱାନ ଜୋୟସା ଏବଂ ଦିଲହରା ଲୋକୁହେଟିଜ୍ଙ୍କୁ ନିଲମ୍ବିତ କରାଯାଇଛି।
ଶ୍ରୀଲଙ୍କା କ୍ରିକେଟ୍ରୁ ଦୁର୍ନୀତି ମୁଳୋତ୍ପାଟନ ଲାଗି ଆଇସିସିର ଅନୁରୋଧ
/sambad/media/post_attachments/wp-content/uploads/2019/01/icc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)