ବିସିସିଆଇକୁ ଆଇସିସିର ଧମକ

ମୁମ୍ବାଇ: ଦୁଇ ବର୍ଷ ତଳେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ କରିଥିବା ଭାରତ ଟିଡିଏସ୍ ପାଉଣା ବାବତ କଟିଥିବା ୧୬୦ କୋଟିକୁ ଭରଣା ନ କଲେ ୨୦୨୩ ବିଶ୍ବକପ୍‌ ଆୟୋଜନ ଅଧିକାର ହରାଇବାକୁ ପଡ଼ିବ ‌ବୋଲି ଆଇସିସି ଧମକ ଦେଇଛି। ଚଳିତ ଡିସେମ୍ବର ୩୧ ତାରିଖ ମଧ୍ୟରେ ଏହାକୁ ପ୍ରଦାନ କରିବାକୁ ମଧ୍ୟ‌ ଚେତାବନୀ ଦେଇଛି। ବିସିସିଆଇର ପୂର୍ବତନ ମୁଖ୍ୟ ଶଶାଙ୍କ ମନୋହର ଏବେ ଆଇସିସି ଦାୟିତ୍ବରେ ଥିଲେ ବି ଏଭଳି ଧମକ ମିଳିଛି। କେନ୍ଦ୍ର ସରକାରଙ୍କଠାରୁ ଶୁଳ୍କ ଛାଡ଼ ସୁବିଧା ନ ପାଇବା ଫଳରେ ଏହି ରାଶି ଏବେ ବିସିସିଆଇ ଉପରେ ବୋଝ ପାଲଟିଛି। କିନ୍ତୁ ବିସିସିଆଇ ଏବେ ଉଚ୍ଚତମ ନ୍ୟାୟାଳୟଙ୍କ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ) ଦ୍ବାରା ପରିଚାଳିତ ଥିବାରୁ ମାତ୍ର ୧୦ ଦିନ ଭିତରେ ଆଇସିସିକୁ ଉତ୍ତର ଦେବା ନେଇ ସନ୍ଦୀହାନ ରହିଛି। ଏଥିରେ ବିଫଳ ହେଲେ ୨୦୨୧ ମସିହାର ଆଇସିସି ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୨୩ ମସିହାର ୫୦ ଓଭର୍‌ ବିଶ୍ବକପ୍‌ ଆୟୋଜନ ଅଧିକାର ନେଇ ଆଇସିସି ବିକଳ୍ପ ଚିନ୍ତା କରିବ ବୋଲି ମଧ୍ୟ ଧମକରେ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର