ବିଶ୍ୱକପ: ରୋହିତଙ୍କ ଶତକ, କୋହଲି-ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ପାକିସ୍ତାନକୁ ୩୩୭ ରନ୍‌ ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ମଂଚେଷ୍ଟର: ରୋହିତ ଶର୍ମାଙ୍କ ଶତକ, ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରବିବାର ପାକିସ୍ତାନକୁ ଭାରତ ୩୩୭ ରନ୍‌ ଟାର୍ଗେଟ ଦେଇଛି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୩୬ ରନ୍‌ ସଂଗ୍ରହ କରିଛି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପର ୨୨ତମ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ମଂଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫେଡ ଷ୍ଟାଡିୟମ୍‌ରେ ଭାରତ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା।

Hindustan Times

ଟିମ୍‌ର ଓପନର ଯୋଡ଼ିଙ୍କ ଦମଦାର ବ୍ୟାଟିଂ ଯୋଗୁଁ ପ୍ରଥମ ଓ୍ଵିକେଟ୍‌ରେ ୧୩୬ ରନ୍‌ ସଂଗ୍ରହ ହୋଇଥିଲା। ଲୋକେଶ ରାହୁଲ ଆଉଟ୍‌ ହେବା ପରେ କ୍ରିଜ୍‌କୁ ବିରାଟ କୋହଲି ପ୍ରବେଶ କରିଥିଲେ। ଭାରତ ୨୩୪ ରନ୍‌ରେ ରୋହିତ ଶର୍ମାଙ୍କୁ ହରାଇଥିବା ବେଳେ ସ୍କୋର ୨୮୫ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ପାକସ୍ତାନର ୪ର୍ଥ ଶିକାର ହୋଇଥିଲେ ମହେନ୍ଦ୍ର ସିଂହ ଧୋନି। ଧୋନି ଆଉଟ୍‌ ହେବା ସମୟରେ ଭାରତର ସ୍କୋର ୪୫.୧ ଓଭରରେ ୨୯୮ ରନ୍‌ ପହଂଚି ସାରିଥିଲା।

ଭାରତ ସ୍କୋରବୋର୍ଡ

ଲୋକେଶ ରାହୁଲ: କ-ବାବର ଆଜମ-ବୋ-ରିଆଜ, ୫୭ ରନ୍‌, ୭୮ ବଲ, ୩ ଚୌକା, ୨ ଛକା
ରୋହିତ ଶର୍ମା: କ-ରିଆଜ-ବୋ-ହାସନ, ୧୪୦ ରନ, ୧୧୩ ବଲ, ୧୪ ଚୌକା, ୩ ଛକା
ବିରାଟ କୋହଲି: କ-ସରଫରାଜ-ବୋ-ଅମୀର, ୭୭ ରନ୍‌, ୬୫ ବଲ, ୭ ଚୌକା
ହାର୍ଦ୍ଦିକ ପାଣ୍ଡ୍ୟା: କ-ବାବାର-ବୋ-ଅମୀର, ୨୬ ରନ, ୧୯ ବଲ, ୨ ଚୌକା, ୧ ଛକା
ମହେନ୍ଦ୍ର ସିଂହ ଧୋନି: କ-ସରଫରାଜ-ବୋ-ଅମୀର, ୧ ରନ, ୨ ବଲ
ବିଜୟ ଶଙ୍କର: ଅପରାଜିତ ୧୫ ରନ୍‌, ୧୫ ବଲ, ୧ ଚୌକା
କେଦାର ଯାଦବ: ଅପରାଜିତ ୯ ରନ୍‌, ୮ ବଲ୍‌, ୧ ଚୌକା
ଅତିରିକ୍ତ: ୧୧ ରନ୍‌ (ବାଏ ୧, ଲେଗବାଏ ୧, ଓ୍ଵାଇଡ ୯)
ମୋଟ: ୩୩୬ ରନ୍‌ (୫ଓ୍ଵିକେଟ, ୫୦ ଓଭର)

ସମ୍ବନ୍ଧିତ ଖବର