ନୂଆଦିଲ୍ଳୀ: ଫାଇନାଲ୍ରେ ପହଞ୍ଚିବାର ମାତ୍ର ଗୋଟିଏ ପାହାଚ ପୂର୍ବରୁ ବିଶ୍ୱକପ୍ ମ୍ୟାଚ୍ରୁ ବାଦ୍ ପଡ଼ିଛି ଟିମ୍ ଇଣ୍ଡିଆ। ବୁଧବାର ନ୍ୟୁଜିଲାଣ୍ଡ୍ ବିପକ୍ଷରେ ସେମି ଫାଇନାଲ୍ ମ୍ୟାଚ୍ ଖେଳୁଥିବା ଭାରତୀୟ ଦଳ ମାତ୍ର ୧୮ ରନ୍ ବ୍ୟବଧାନରେ ପରାଜିତ ହେବା ପରେ ବିଶ୍ୱକପ୍ରୁ ବିଦା ହୋଇଥିଲା।
ମାତ୍ର ଏବେ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଭାରତୀୟ ଟିମ୍ ବିଶ୍ୱକପ୍ ସରିବା ପର୍ଯ୍ୟନ୍ତ ଭାରତ ନ ଫେରି ଇଂଲଣ୍ଡ୍ଠାରେ ରହିବେ। ଟିକେଟ୍ ସମସ୍ୟା ସାଜିଥିବା ଦେଶକୁ ଫେରିବାରେ ବାଧକ। ଜାଣିବାକୁ ମିଳିଛି ଯେ ନିର୍ଦ୍ଦିଷ୍ଟ ଦିନ ମଧ୍ୟରେ ଖେଳାଳିମାନଙ୍କ ପାଇଁ ଫେରସ୍ତ ଟିକେଟ୍ କରିବାରେ ବିସିସିଆଇ ଅସଫଳ ହୋଇଥିବାରୁ ଆଉ କିଛି ଦିନ ଟିମ୍ ଇଣ୍ଡିଆକୁ ଇଂଲଣ୍ଡରେ ରହିବାକୁ ହେବ।

ରବିବାର ପର୍ଯ୍ୟନ୍ତ ବିରାଟ କୋହଲିରୁ ନେଇ ମହେନ୍ଦ୍ର ସିଂହ ଧୋନୀ, ଅନ୍ୟ ଖେଳାଳିଙ୍କ ସମେତ, କ୍ରିକେଟ୍ କୋଚ୍ ଆଦି ମଞ୍ଚେଷ୍ଟର୍ଠାରେ ରହିବେ। ବିବିସିଆଇ ବହୁ ଚେଷ୍ଟା କରିବା ପରେ ବି ଟିକେଟ୍ ସମୟ ଭିତରେ ହୋଇପାରି ନାହିଁ ବୋଲି ସୂଚନା ମିଳିଛି।