ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ୨୦୮ ରନ୍‌ ଟାର୍ଗେଟ ଦେଲା ଆଫଗାନିସ୍ତାନ

ବ୍ରିଷ୍ଟଲ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ର ଅନ୍ୟତମ ଏକ ମ୍ୟାଚ୍‌ରେ ଶନିବାର ଅଷ୍ଟ୍ରେଲିଆକୁ ଆଫଗାନିସ୍ତାନ ପକ୍ଷରୁ ୨୦୮ ରନ୍‌ ଟାର୍ଗେଟ ମିଳିଛି। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୮.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୦୭ ରନ୍‌ କରିଛି।

ବ୍ରିଷ୍ଟଲ ଷ୍ଟାଡିୟମରେ ଆରମ୍ଭରୁ ହିଁ ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଟିମ୍‌ କୌଣସି ରନ୍‌ ନକରି ପ୍ରଥମ ଓଭରର ତୃତୀୟ ବଲରେ ଓପନର ମହମ୍ମଦ ସହଜାଦଙ୍କୁ ହରାଇଥିଲା। ଦ୍ୱିତୀୟ ଓଭରର ଦ୍ୱିତୀୟ ବଲ୍‌ରେ ହଜରତୁଲା ଜଜାଇ ଆଉଟ୍‌ ହୋଇଥିଲେ। ସେତେବେଳକୁ ସ୍କୋର ୫ ରନ୍‌ ଥିଲା। ସେହିପରି ଆଫଗାନିସ୍ତାନ ୫୬ ରନ୍‌ରେ ୩ୟ, ୭୫ ରନ୍‌ରେ ୪ର୍ଥ, ୭୭ ରନ୍‌ରେ ୫ମ, ୧୬୦ ରନ୍‌ରେ ୬ଷ୍ଠ, ୧୬୨ ରନ୍‌ରେ ୭ମ, ୧୬୬ ରନ୍‌ରେ ୮ମ ଓ ୨୦୫ ରନ୍‌ରେ ୯ମ ଓ୍ଵିକେଟ ହରାଇଥିଲା।

ଆଫଗାନିସ୍ତାନ ପାଇଁ ନାଜିବୁଲ୍ଲା ଜଦରାନ ସର୍ବାଧିକ ୫୧ ରନ୍‌ କରିଥିବା ବେଳେ ରହମତ ଶାହା ୪୩ ରନ୍‌ କରିଥିଲେ। ସେହିଭଳି ରସିଦ ଖାନ ୨୭ ରନ୍‌, ହସମତୁଲ୍ଲା ୧୮ ରନ୍‌, ମୁଜିବୁର ରହମାନ ୧୩ ରନ୍‌ କରିଥିଲେ। ଓପନର ଦ୍ୱୟ ଖାତା ନଖୋଲି ପାଭଲିଅନ୍‌ ଫେରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପେଟ୍‌ କମ୍ବିନ୍ସ ଓ ଆଦାମ ଜାମ୍ପା ୩-୩ ଓ୍ଵିକେଟ୍‌ ନେଇଥିବା ବେଳେ ମାର୍କସ ଷ୍ଟେଇନିସ୍‌ ୨ଟି ଓ ମିଚେଲ ଷ୍ଟାର୍କସ୍‌ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର