ବିଶ୍ୱକପ୍‌: ଓ୍ଵାର୍ଣ୍ଣରଙ୍କ ଶତକ, ମହମ୍ମଦ ଅମୀରଙ୍କୁ ୫ ଓ୍ଵିକେଟ୍‌, ପାକିସ୍ତାନକୁ ୩୦୮ ରନ୍‌ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଟଣ୍ଟନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ବିଶ୍ୱକପ)ର ସପ୍ତଦଶ ମ୍ୟାଚ୍‌ରେ ବୁଧବାର ଓପନର ଡାଭିଡ଼ ଓ୍ଵାର୍ଣ୍ଣରଙ୍କ ଶତକ ଓ ଆରୋନ ଫିଞ୍ଚଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଏକ ଭଲ ସ୍କୋର କରିଛି। ଅପରପକ୍ଷେ ପାକିସ୍ତାନୀ ବୋଲର ମହମ୍ମଦ ଅମୀରଙ୍କୁ ୫ଟି ଓ୍ଵିକେଟ୍‌ ମିଳିଛି। ସେ ୧୦ ଓଭରରୁ ୨ ଓଭର ମେଡେନ ନେଇଥିବା ବେଳେ ମାତ୍ର ୩୦ ରନ୍‌ ଦେଇଛନ୍ତି। ଅମୀର କେବଳ ୧ ରନ୍‌ ଅତିରିକ୍ତ ଦେଇଛନ୍ତି।

Hindustan Times

ଟଣ୍ଟନର ଦ କୋପର ଆସୋସିଏଟସ୍‌ କାଉଣ୍ଟି ଗ୍ରାଉଣ୍ଡରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ଟିମ୍‌ ୪୯ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୩୦୭ ରନ୍‌ କରିବା ପରେ ପାକିସ୍ତାନକୁ ୩୦୮ ରନ୍‌ ଟାର୍ଗେଟ ମିଳିଛି।

Cricbuzz

ଅଷ୍ଟ୍ରେଲିଆ ୫ମ ଓ୍ଵକେଟ୍‌ ଯାଏ ଭଲ ପ୍ରଦର୍ଶନ କରିଥିଲେ ବି ପରବର୍ତ୍ତୀ ସମୟରେ ବିପର୍ଯ୍ୟୟର ଶିକାର ହୋଇଥିଲା। ଟିମ ପ୍ରଥମ ଓ୍ଵିକେଟ ଭାବେ ୨୨.୧ ଓଭରରେ ୧୪୬ ରନ୍‌ରେ ଆରୋନ ଫିଞ୍ଚଙ୍କୁ ହରାଇଥିଲା। ଦ୍ୱିତୀୟ ଓ୍ଵିକେଟ ଭାବେ ୧୮୯ ରନ୍‌ରେ ଷ୍ଟିଭେନ ସ୍ମିଥ ଆଉଟ୍‌ ହୋଇଥିଲେ। ସ୍କୋର ୨୨୩ ରନ୍‌ରେ ମେକ୍ସେଓ୍ଵଲ, ୨୪୨ ରନ୍‌ରେ ଡାଭିଡ ଓ୍ଵାର୍ଣ୍ଣର, ୨୭୭ ରନ୍‌ରେ ଉସ୍‌ମାନ ଖାଓ୍ଵଜା, ୨୮୮ ରନ୍‌ରେ ସନ ମାର୍ସ, ୨୯୯ ରନ୍‌ରେ ନାଥାନ କଲଟର ନାଇଲ, ୩୦୨ ରନ୍‌ରେ ପେଟ କମିଂନସ ଓ ୩୦୪ ରନ୍‌ରେ ଆଲେକ୍ସ କେରି ଆଉଟ୍‌ ହୋଇଥିଲେ।

ଅଷ୍ଟ୍ରେଲିଆ ସ୍କୋରବୋର୍ଡ

ଆରୋନ ଫିଞ୍ଚ: କ-ହାଫିଜ୍‌-ବୋ-ଅମୀର, ୮୨ ରନ, ୮୪ ବଲ, ୬ ଚୌକା, ୪ ଛକା
ଡାଭିଡ ଓ୍ଵାର୍ଣ୍ଣର: କ-ଇମାମ-ବୋ-ସହୀନ ଆଫ୍ରିଦୀ, ୧୦୭ ରନ, ୧୧୧ ବଲ, ୧୧ ଚୌକା, ୧ ଛକା
ଷ୍ଟିଭେନ ସ୍ମିଥ: କ-ଆସିଫ ଅଲି-ବୋ-ହଫୀଜ, ୧୦ ରନ, ୧୩ ବଲ, ୧ ଛକା
ଗ୍ଲେନ ମେକ୍ସେଓ୍ଵଲ: ବୋ-ସହୀନ, ୨୦ ରନ, ୧୦ ବଲ, ୨ ଚୌକା, ୧ ଛକା
ସନ୍‌ ମାର୍ସ: କ-ସୋଏବ-ବୋ-ଅବୀର, ୨୩ ରନ, ୨୬ ବଲ, ୨ ଚୌକା
ଉସ୍‌ମାନ ଖଓ୍ଵାଜା: କ-ରିୟାଜ-ବୋ-ଅମୀର, ୧୮ ରନ, ୧୬ ବଲ, ୩ ଚୌକା
ଆଲେକ୍ସ କ୍ୟାରି: ଏଲବିଡବ୍ଲ ଅମୀର, ୨୦ ରନ, ୨୧ ବଲ, ୨ ଚୌକା
ନାଥାନ କଲଟର ନାଇଲ: କ-ସରଫରାଜ-ବୋ-ରିୟାଜ, ୨ ରନ, ୩ ବଲ
ପେଟ କମିନସ୍‌: କ-ସରଫରାଜ-ବୋ-ହାସନ ଅଲୀ, ୨ ରନ, ୬ ବଲ
ମିଚେଲ ଷ୍ଟାକର୍ସ: କ-ସୋଏବ-ବୋ-ହାସନ, ୩ ରନ, ୬ ବଲ
କେନ ରିଚାର୍ଡସନ: ଅପରାଜିତ ୧ ରନ
ଅତିରିକ୍ତ: ୧୯ ରନ (ଲେଗବାଏ ୧୦, ଓ୍ଵାଇଡ ୬, ନୋ ୩)
ମୋଟ୍‌: ୩୦୭ ରନ (୧୦ଓ୍ଵିକେଟ, ୪୯ଓଭର)

ସମ୍ବନ୍ଧିତ ଖବର