ଖ୍ରିଷ୍ଟଚର୍ଚ୍ଚ: ଆର୍ଯ୍ୟନ୍ ଯୁୟଲ (୮୬) ଓ ହିମାଂଶୁ ରାଣା (୬୮)ଙ୍କ ଅର୍ଧଶତକ ପରେ ବେଙ୍ଗଲ ଦ୍ରୁତ ବୋଲର ଈଶାନ ପୋରେଲ୍ଙ୍କ ୪ ଓ୍ଵିକେଟ୍ ଦଖଲ ବଳରେ ଭାରତ ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ଅଭ୍ୟାସ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଦେଇଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୧୮୯ ରନ୍ର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି।
ପ୍ରଥମେ ଭାରତ ନିର୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୩୨୮ ରନ୍ କରିଥିଲା। ଆର୍ଯ୍ୟନ୍ (୯୨ ବଲ୍ରୁ ୮୬) ଓ ହିମାଂଶୁ (୬୯ ବଲ୍ରୁ ୬୮)ଙ୍କ ବ୍ୟତୀତ ପୃଥ୍ଵୀ ସ (୧୬) ଓ ମନ୍ଜୋତ୍ କାର୍ଲା (୩୧) ପ୍ରଥମ ଓ୍ବିକେଟ୍ରେ ୫୪ ରନ୍ ଯୋଡ଼ିଥିଲେ। ଉଭୟ ଆର୍ଯ୍ୟନ୍ ଓ ହିମାଂଶୁ ପ୍ରତ୍ୟେକ ନିଜ ନିଜ ଅର୍ଧଶତକୀୟ ପାଳିରେ ୮ ଚୌକା ଓ ୬ ଛକା ମାରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଖୋନା ମୟଙ୍କା ୪୦ ରନ୍ରେ ୩ ଓ୍ଵିକେଟ୍ ନେଇଥିଲେ। ଜବାବରେ ଜିନ୍ ଡୁ ପ୍ଲେସିସ୍ (୫୦)ଙ୍କ ଅର୍ଧଶତକ ସତ୍ତ୍ୱେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ୩୮.୩ ଓଭରରେ ୧୪୩ ରନ୍ କରିପାରିଥିଲା। ଭାରତ ପକ୍ଷରୁ ପୋରେଲ୍ ୨୩ ରନ୍ରେ ୪ ଓ୍ଵିକେଟ୍ ନେଇଥିଲେ। ପୋରେଲ୍ଙ୍କ ବ୍ୟତୀତ ଶିବ ସିଂହ (୨/୯), କମଲେଶ ନାଗରକୋଟୀ (୨/୧୫) ଓ ଅଭିଷେକ ଶର୍ମା (୨/୧୬) ଅବଶିଷ୍ଟ ୬ ଓ୍ଵିକେଟ ବାଣ୍ଟି ନେଇଥିଲେ।
ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍:ଦକ୍ଷିଣ ଆଫ୍ରିକାକୁ ଅଭ୍ୟାସ ମ୍ୟାଚ୍ରେ ହରାଇଲା ଭାରତ
/sambad/media/post_attachments/wp-content/uploads/2018/01/crick-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)